ବର୍ଦ୍ଧିତ ହୋଇପାରେ ସୁନାଦର : ଆମେରିକା- ଇରାନ୍ ମଧ୍ୟରେ ତିକ୍ତତା ସାଜିପାରେ ଦରବୃଦ୍ଧିର କାରଣ

Advertisment
ବର୍ଦ୍ଧିତ ହୋଇପାରେ ସୁନାଦର : ଆମେରିକା- ଇରାନ୍ ମଧ୍ୟରେ ତିକ୍ତତା ସାଜିପାରେ ଦରବୃଦ୍ଧିର କାରଣ

ଆକାଶମାର୍ଗରୁ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ଇରାନ ସେନାର ଜଣେ ପ୍ରମୁଖ କମାଣ୍ଡର ନିହତ ହେବା ଖବର ପ୍ରଚାରିତ ହେବା ପରେ ସୁନା ବଜାର ଅସ୍ଥିର ହୋଇପଡ଼ିଛି। ହଠାତ ଏହି ମୂଲ୍ୟବାନ ଧାତୁର ମୂଲ୍ୟ ବଢ଼ିଯାଇଛି। ଆଗକୁ ଆମେରିକା ଓ ଇରାନ ଭିତରେ ଯୁଦ୍ଧ ହେବାର ଆଶଙ୍କା ସୃଷ୍ଟି ହୋଇଥିବାରୁ ନିବେଶକମାନେ ବିପୁଳ ମାତ୍ରାରେ ସୁନା କିଣିବା ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀରେ ସୁନାର ୧୦ ଗ୍ରାମ ପିଛା ଦର ୭୫୨ ଟଙ୍କା ବୃଦ୍ଧି ପାଇ ୪୦,୬୫୨ ଟଙ୍କା ହୋଇଯାଇଛି। ସୁନା ଭଳି ରୁପା ଦାମ୍ ମଧ୍ୟ ବଢ଼ିଛି। ରୁପାର କିଲୋ ପିଛା ଦର ୯୬୦ ଟଙ୍କା ବୃଦ୍ଧି ପାଇ ୪୮,୮୭୦ ଟଙ୍କା ହୋଇଯାଇଛି। ବର୍ଷ ବର୍ଷ ଧରି ସୁନାକୁ ନିବେଶର ଏକ ସୁରକ୍ଷିତ ମାଧ୍ୟମ ଭାବେ ବିଚାର କରାଯାଉଛି। ସଙ୍କଟ ସମୟରେ ନିବେଶକମାନେ ଅଧିକ ରିଟର୍ଣ୍ଣ ପାଇବା ଲାଗି ସୁନା କିଣିଥାନ୍ତି। କାରଣ ଏହି ଧାତୁକୁ ଭବିଷ୍ୟତର ଯେକୌଣସି ସମୟରେ ବିକ୍ରି କଲେ ଭଲ ରିଟର୍ଣ୍ଣ ମିଳିବାର ଆଶା ରହିଥାଏ।

publive-image

ଆକାଶମାର୍ଗରୁ ଆମେରିକାର ଆକ୍ରମଣ ଖବର ପ୍ରଚାରିତ ହେବା ପରେ ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦର ହଠାତ୍ ୧୮.୨୦ ଡଲାର ବୃଦ୍ଧି ପାଇ ୧୫୪୭ ଡଲାର ହୋଇଯାଇଛି। ଏହାର ସିଧାସଳଖ ପ୍ରଭାବ ସ୍ଥାନୀୟ ସୁନା ବଜାର ଉପରେ ପଡ଼ିଛି। ସୁନା ଦରରେ ଘଟିଥିବା ବୃଦ୍ଧିର ଏହା ଏକ ପ୍ରମୁଖ କାରଣ ହୋଇଥିବା ବେଳେ ଡଲାର ତୁଳନାରେ ଟଙ୍କା ଦାମ୍ କମ୍ ରହିବାକୁ ଅନ୍ୟତମ କାରଣ ଭାବେ ବିଚାର କରାଯାଉଛି। ଆଜି ଭାରତରେ ଏକ ଆମେରିକୀୟ ଡଲାର ମୂଲ୍ୟ ୭୧ ଟଙ୍କା ୬୨ ପଇସା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe