ଆକାଶରୁ ବର୍ଷିଲା ସୁନା : ରାତି ଅଧରେ ଟର୍ଚ୍ଚ ଧରି ବଣ , ବୁଦା ଖୋଜିଲେ ଲୋକେ , ରାତିତମାମ ଚାଲିଲା ଅପରେସନ୍ ସୁନାଖୋଜା । ସୁନା ନେବା ପାଇଁ ରାସ୍ତାରେ ଭିଡ଼ ଜମାଇଲେ ଲୋକେ

3,972

କନକ ବ୍ୟୁରୋ : ସୁନା ଏମିତି ଏକ ଜିନିଷ । ଯାହାକୁ କିଣିବାକୁ ବା ପିନ୍ଧିବାକୁ ସମସ୍ତେ ଇଚ୍ଛା ପ୍ରକାଶ କରନ୍ତି । ସୁନାର ଚାହିଦା ବି ବଜାରରେ କିଛି କମ ନୁହେଁ । କିନ୍ତୁ ଦିନକୁ ଦିନ ସୁନାର ଦାମ ହୁ ହୁ ହୋଇ ବଢିବାରେ ଲାଗିଛି । ଏହା ପରେ ବି ଲୋକମାନେ ସୁନା କିଣିବା ବନ୍ଦ କରିନାହାନ୍ତି । ବର୍ତମାନ ସମୟରେ ମାତ୍ର ୧୦ ଗ୍ରାମ୍ ସୁନାର ମୂଲ୍ୟ ୫୦ ହଜାର ପାଖାପାଖି ପହଂଚିଲାଣି । ତେବେ ଏପରି ଦର ସମୟରେ ଯଦି କିଏ କହେ କି, ଆକାଶରୁ ସୁନା ବର୍ଷା ହେଉଛି । ତାହା ବିଶ୍ୱାସଯୋଗ୍ୟ ହୋଇ ନପାରେ ।

ଆକାଶରୁ ସୁନା ବର୍ଷା
ବୁଦା ଓ ରାସ୍ତା କଡରେ ଭିଡ ଜମାଇଲେ ଲୋକେ

ଗାଁରେ ପଡିଲା ସୁନା ବିସ୍କୁଟ୍

ତେବେ ଏପରି ଘଟଣା ହୁଏତ ସାଧାରଣ ଭାବରେ ଆପଣ ଟିଭିରେ ଦେଖିଥିବେ । କିନ୍ତୁ ବାସ୍ତବରେ ଏମିତି ଏକ ଘଟଣା ଗୁଜୁରାଟର ସୁରଟରେ ଦେଖିବାକୁ ମିଳିଛି । ସୁରଟ ବିମାନବନ୍ଦର ନିକଟ ଡୁମ୍ମସ ଗ୍ରାମରେ ସୁନାର ବିସ୍କୁଟ ଆକୃତିର କିଛି ସାମଗୀ ଆକାଶରୁ ପଡିଥିବା ଦେଖିବାକୁ ମିଳିଥିଲା । ଯେମିତି ହିଁ ଲୋକମାନେ ଆକାଶରୁ ସୁନା ଖସିବା ଖବର ଶୁଣିବାକୁ ପାଇଥିଲେ ବିଜୁଳି ବେଗରେ ଘଟଣାସ୍ଥଳକୁ ଦୌଡିବାକୁ ଯାଇଥିଲେ । ତେବେ ଘଟଣାସ୍ଥଳରେ ପହଂଚିବା ପରେ ସୁରଟର ଗ୍ରାମବାସୀ ଆକାଶରୁ ଖସିଥିବା ସୁନା ବିସ୍କୁଟକୁ ରାସ୍ତା ଏବଂ ଗାଁର ବୁଦା ଭିତରେ ପଡିଥିବାର ଦେଖିବାକୁ ପାଇଥିଲେ ।

ବିମାନରୁ ସୁନା ପଡିବ କେମିତି ?

ତେବେ ସ୍ଥାନୀୟ ଲୋକଙ୍କ କହିବ ଅନୁସାରେ, ବୋଧୁ ହୁଏ କେହି ବିଦେଶରୁ ସୁନା ନେଇ ଯାଉଥିବା ବେଳେ ବିମାନବନ୍ଦରରେ ସୁରକ୍ଷାକର୍ମଚାରୀଙ୍କ ହାତରେ ଧରା ପଡିଯିବା ଭୟରେ ରାତାରାତି ଉଡୁଥିବା ବିମାନରୁ ଏହାକୁ ତଳକୁ ପକାଇ ଦେଇଥିବେ । ତେବେ ବଡ ପ୍ରଶ୍ନ ବିମାନ ଉଡୁଥିବା ବେଳେ ଯାତ୍ରୀ ଏହାକୁ ତଳକୁ ଫୋପାଡିବେ କେମିତି ? ମିଳିଥିବା ସୂଚନା ଅନୁସାରେ, ସୁନା ମିଳିବା ପରେ ଦୂର ଦୂରାନ୍ତରୁ ଲୋକମାନେ ଆସି ଘଟଣାସ୍ଥଳରେ ପ୍ରବଳ ଗହଳି ଜମାଇଥିଲେ ।

ଅନ୍ଧାର ରାତିରେ ଚାଲିଲା ସୁନା ଖୋଜା

କେବଳ ଏତିକି ନୁହେଁ ବରଂ ସୁନା ନେବା ପାଇଁ ଲୋକମାନେ ନିଜ ସାଥୀରେ ଟର୍ଚ୍ଚ ଲାଇଟ୍ ସାଙ୍ଗରେ ଆଣିଥିଲେ । ଆଉ ଅନ୍ଧାର ରାତିରେ ଚଳାଇଥିଲେ ଅପରେସନ ସୁନା ଖୋଜା । ତେବେ ଲୋକମାନେ ବୁଦା ଓ ରାସ୍ତା କଡରୁ ଯେଉଁ ସାମଗ୍ରୀ ପାଇଛନ୍ତି ତାହା ସୁନା କିମ୍ବା ଆଉ କଣ ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଲୋକମାନେ ଯାହାକୁ ପାଇଛନ୍ତି ତାହା ସୁନା ବୋଲି ସେମାନେ ଦାବି କରିଛନ୍ତି ।