କନକ ବ୍ୟୁରୋ : ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ବଜାରରେ ଆଜି ୧୦ ଗ୍ରାମ ପିଛା ସୁନା ଦର ରହିଛି ୫୬ ହଜାର ୩୩୬ ଟଙ୍କା । ବିଶେଷଜ୍ଞଙ୍କ ଅନୁସାରେ, ଚଳିତବର୍ଷ ସୁନା ଦର ୬୪ ହଜାର ଛୁଇଁପାରେ । ଦେଶ ସ୍ୱାଧୀନ ହେବାଠୁ ବର୍ତ୍ତମାନ ମଧ୍ୟରେ ସୁନା ଦର ୬୩୧ ଗୁଣା ମହଙ୍ଗା ହୋଇଛି । ସୂଚନା ଅନୁଯାୟୀ, ଭାରତକୁ ପ୍ରତିବର୍ଷ ୭୦୦ରୁ ୧୦୦୦ ଟନ୍ ସୁନା ଆମଦାନି ହୋଇଥାଏ ।

Advertisment

- ଚଳିତବର୍ଷ ୬୪ ହଜାର ଛୁଇଁପାରେ ସୁନା ଦର
- ଆଜି ବଜାରରେ ୧୦ ଗ୍ରାମ ପିଛା ଦର ରହିଛି ୫୬ ହଜାର
- ଗତ ୭୫ ବର୍ଷରେ ୬୦୦ ଗୁଣା ବଢ଼ିଛି ସୁନା ଦର
- ୧୯୪୭ରେ ୧୦ ଗ୍ରାମକୁ ଥିଲା ୮୯ ଟଙ୍କା
- ରୂପା ଦର ବି ରେକର୍ଡ ସ୍ତରରେ ପହଞ୍ଚିଛି
- ୧୯୪୭ରେ କିଲୋଗ୍ରାମ ପିଛା ରୂପା ଦର ଥିଲା ୧୦୭ ଟଙ୍କା
- ଏବେ ଏହା ୬୯,୦୭୪ ଟଙ୍କା ଛୁଇଁଛି