କନକ ବ୍ୟୁରୋ: ରେକର୍ଡ ସ୍ତରରେ ପହଞ୍ଚିିଛି ସୁନା ଦର । ରକେଟ୍ ବେଗରେ ଦର ବଢି ଚାଲିଛି । ଗତ ୬ ମାସ ମଧ୍ୟରେ ସୁନା ୧୧ ହଜାର ଟଙ୍କା ମହଙ୍ଗା ହେଲାଣି । ଏବେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୭୦ ହଜାର ପାଖାପାଖି ହେଲାଣି । ଆସନ୍ତା ଆର୍ଥିକ ବର୍ଷ ୨୦୨୪-୨୫ରେ ସୁନା ଦର ୭୫ ହଜାର ସ୍ତର ଛୁଇଁପାରେ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ ।

କମୋଡିଟି ମାର୍କେଟ୍ ଏକ୍ସପର୍ଟଙ୍କ ମତ ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷ ସୁନା ଦରରେ ବୃଦ୍ଧି ଧାରା ଜାରି ରହିବ । ତେବେ ଏହାର ପ୍ରମୁଖ କାରଣ ଆମେରିକା ଫେଡେରାଲ ରଜର୍ଭର ମୁଦ୍ରାନୀତି ପଦକ୍ଷେପ ବୋଲି କୁହାଯାଉଛି । ଏହା ସହ ସୁନା ଦର ବୃଦ୍ଧିର ଅନେକ କାରଣ ମଧ୍ୟ ରହିଛି ।

- ଭୂ-ରାଜନୈତିକ ସମସ୍ୟା ବଢିଲେ ଇକ୍ୱିଟି ବଜାରରେ ସମସ୍ୟା ଦେଖାଦିଏ
- ଫଳରେ ଲୋକେ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମଣିଥାନ୍ତି
- ଗ୍ରାହକ ସୁନାକୁ ଲାଭଦାୟକ ନିବେଶ ବିକଳ୍ପ ଭାବେ ଦେଖୁଛନ୍ତି
- ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଆଶଙ୍କା ଯୋଗୁ ସୁନା ଦର ବୃଦ୍ଧି ପାଉଛି
- ଆଗାମୀ ବିବାହ ଋତୁ ଯୋଗୁ ସୁନାର ଚାହିଦା ବଢୁଛି
- କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ଦ୍ୱାରା ପ୍ରଚୁର ମାତ୍ରାରେ ସୁନା କ୍ରୟ ଯୋଗୁ ଧାତୁ ଦର ବୃଦ୍ଧି
- ଆସନ୍ତା ତ୍ରୈମାସରେ ଅକ୍ଷୟ ତୃତୀୟା ଥିବାରୁ ସୁନା ଗହଣା କ୍ରୟରେ ବୃଦ୍ଧି ହେବ