କନକ ବ୍ୟୁରୋ : ସୁନା ଦର ଉପରେ ପଡ଼ିଛି ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧର ପ୍ରଭାବ । ଲଗାତର ବଢି ଚାଲିଛି ସୁନା ଦର । ନବରାତ୍ରି ପୂର୍ବରୁ ଗୋଟିଏ ସପ୍ତାହରେ ସୁନା ଦର ୧୮୫୭ ଟଙ୍କା ବଢିଛି । କେବଳ ସୁନା ନୁହେଁ ରୂପା ଦର ମଧ୍ୟ ୨୬୩୬ ଟଙ୍କା ବୃଦ୍ଧି ହୋଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର ୭ ବର୍ଷର ସର୍ବୋଚ୍ଚ ସ୍ତର ଛୁଇଁଛି ।

Advertisment

ଗୋଟିଏ ସପ୍ତାହରେ ସୁନା ୩୫ ପ୍ରତିଶତ ବୃଦ୍ଧି ପାଇଁ ଆଉନ୍ସ ପିଛା ଦର ୫୫ ହଜାର ୩୮୫ ଟଙ୍କାରେ ପହଞ୍ଚିଛି । କେବଳ ସୁନା ନୁହେଁ ତେଲ ଦର ମଧ୍ୟ ଲଗାତର ଭାବେ ଉପରମୁହାଁ ହୋଇଛି । ଆଜି ଅଶୋଧିତ ତୈଳ ଦର ଆହୁରି ବଢିବା ସମ୍ଭାବନା ରହିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୯୧ ଡଲାର ରହିଛି ।

- ୬ ଅକ୍ଟୋବର ପରଠାରୁ ସୁନା ଦର ଲଗାତର ବୃଦ୍ଧି ପାଉଛି
- ୫୬ ହଜାର ୫୩୯ ଟଙ୍କାରୁ ବୃଦ୍ଧି ପାଇ ୫୮ ହଜାର ୩୬୯ ଟଙ୍କା ଛୁଇଁଲାଣି
- ଶୁକ୍ରବାର ୧୦ ଗ୍ରାମ ପିଛା ସୁନା ଦର ୫୯ ହଜାର ୪୧୫ ଟଙ୍କାରେ ବନ୍ଦ ହୋଇଛି
- ୬ ଅକ୍ଟୋବରରେ ରୁପା ଦର ୬୭ ହଜାର ୯୫ ଟଙ୍କ ଥିଲା
- ୧୪ ତାରିଖ ବେଳକୁ ଦର ୬୯ ହଜାର ୭୩୧ ଟଙ୍କା ହୋଇଛି
- ରୁଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ସୁନା ଦରରେ ବୃଦ୍ଧି ଦେଖାଯାଇଥିଲା
- ୭ ମାର୍ଚ୍ଚ ୨୦୨୨ରେ ସୁନା ଦର ୧୦ ଗ୍ରାମ ପିଛା ୧ ହଜାର ଟଙ୍କା ବଢିଥିଲା