କନକ ବ୍ୟୁରୋ : ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସୁନା ବଜାର ଉପରେ ପଡ଼ିପାରେ । ୩ ହଜାର ଟଙ୍କା ମହଙ୍ଗା ହୋଇପାରେ ସୁନା ଦର । ଏବେ ସୁନା ଦର ୧୦ ଗ୍ରାମ ପିଛା ୮୭୪ ଟଙ୍କା ବୃଦ୍ଧି ପାଇ ୫୭ ହଜାର ୪୧୫ ଟଙ୍କାରେ ପହଞ୍ଚିଛି । ଯୁଦ୍ଧ ଏପରି ଜାରି ରହିଲେ, ସୁନା ଦର ଆହୁରି ବଢିବା ଆଶଙ୍କା ରହିଛି । ସୁନା ମୂଲ୍ୟ ବଢୁଥିବାରୁ ଗତବର୍ଷ ତୁଳନାରେ ଚଳିତ ବର୍ଷ ପାର୍ବଣ ଋତୁରେ ଗ୍ରାହକମାନେ ଅଧିକ ସୁନା ବଦଳାଇ ପାରନ୍ତି ।

Advertisment

- ଚଳିତ ପାର୍ବଣରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ସୁନା ବଦଳାଇପାରନ୍ତି ଗ୍ରାହକ
- ସହରାଞ୍ଚଳର ଗ୍ରାହକ ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ପୁରୁଣା ସୁନା ବଦଳାଇଥାନ୍ତି
- ଗ୍ରାମାଞ୍ଚଳରେ ୩୦ରୁ ୩୫ ପ୍ରତିଶତ ପର୍ଯ୍ୟନ୍ତ ସୁନା ବଦଳାଇଥାନ୍ତି
- ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ନଗଦ ଟଙ୍କା କମ୍ ଥିବାରୁ ବଦଳାଇଥାନ୍ତି ସୁନା
- ଏକ୍ସଚେଂଜ ବ୍ୟବସାୟୀ ବୃଦ୍ଧି ଦ୍ୱାରା ସୁନା ଆମଦାନୀ ହ୍ରାସରେ ସହାୟକ ହୋଇଥାଏ
- ଯୁଦ୍ଧ ଯୋଗୁ ବଜାର ଅନିଶ୍ଚିତତା ଯୋଗୁ ସୁନାରେ ନିବେଶ ଲୋକଙ୍କ ଅଧିକ ପସନ୍ଦ