କନକ ବ୍ୟୁରୋ : ସୁନାର ଦରରେ ଆଜି ହ୍ରାସ ଘଟିଥିବା ବେଳେ ରୂପାର ଦରରେ ଆଜି ମୂଲ୍ୟବୃଦ୍ଧି ଘଟିଛି। ୧୦ ଗ୍ରାମ ପ୍ରତି ସୁନାର ମୂଲ୍ୟ ୨୦୦ ଟଙ୍କା ଶସ୍ତା ହୋଇ ଯାଇଥିବା ରୂପାର କିଲେ ପ୍ରତି ମୂଲ୍ୟରେ ୧,୦୦୦ ଟଙ୍କା ବୃଦ୍ଧି ଘଟିଛି।
ଇଣ୍ଡିଆ ବୁଲିଅନ୍ ଏବଂ ଜୁଏଲର୍ସ ଆସୋସିଏସନ୍ ଲିମିଟେଡ୍ (ଆଇବିଜେଏ) ଅନୁଯାୟୀ, ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମରେ ୨୦୦ରୁ ଅଧିକ ହ୍ରାସ ପାଇଛି, ଫେବ୍ରୁଆରି ୧୨, ୨୦୨୧ରେ ୧୦ ଗ୍ରାମ ପ୍ରତି ଦର ୪୭,୫୨୮ ରହିଥିବା ବେଳେ ଫେବ୍ରୁଆରି ୧୫ରେ ଏହା ୪୭,୩୩୨ ଟଙ୍କାକୁ ହ୍ରାସ ପାଇଛ। ଆଇବିଜେର ତଥ୍ୟ ଅନୁଯାୟୀ ୨୨ କ୍ୟାରେଟ୍ ସୁନା ଦର ୧ ଗ୍ରାମ ପିଛା ୪,୫୭୨ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ୧ ଗ୍ରାମ ପିଛା ୩,୭୮୭ ଟଙ୍କା ରହିଛି।
ଶୁକ୍ରବାର ଦିନ ବ୍ୟବସାୟ ଆରମ୍ଭ ବେଳେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୭,୫୨୮ ଟଙ୍କା ରହିଥିବା ବେଳେ ବ୍ୟବସାୟ ବନ୍ଦ ବେଳକୁ ସୁୁନା ୧୦ ଗ୍ରାମ ପିଛା ୪୭,୩୮୬ ଟଙ୍କା ହୋଇ ଯାଇଥିଲା। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍ସିଏକ୍ସ) ପ୍ଲାଟଫର୍ମରେ ଅପରାହ୍ନ ୨.୫୭ ରେ ସୁନା ୦.୧୦ ପ୍ରତିଶତ ହ୍ରାସ ପାଇଯିବା ପରେ ୧୦ ଗ୍ରାମ ପ୍ରତି ସୁନାର ମୂଲ୍ୟ ୪୭,୨୭୨ ହୋଇ ଯାଇଥିଲା।
ଏହି ସମୟରେ, ଶୁକ୍ରବାର ୧ କିଲୋଗ୍ରାମ ରୂପାର ମୂଲ୍ୟ ୬୮,୪୦୫ ଥିବା ବେଳେ ଆଜି ସେଥିରେ ବୃଦ୍ଧି ଘଟି ୧ କିଲୋଗ୍ରାମ ରୂପାର ଦର ୬୯,୪୨୬ ଟଙ୍କାକୁ ବୃଦ୍ଧି ପାଇଛି।
ଗତ ଏକ ସପ୍ତାହ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ବହୁତ ଅସ୍ଥିର ଥିଲା ଆସନ୍ତା ସପ୍ତାହରେ ମଧ୍ୟ ସୁନା ଦର ଅସ୍ଥିର ରହିବ ବୋଲି ବଜାର ବିଶେଷଜ୍ଞମାନେ ଆଶା କରୁଛନ୍ତି। ଏହା ମୁଖ୍ୟତଃ ଡଲାରର ମୂଲ୍ୟରେ ଅବନତି ଏବଂ ଅନ୍ୟାନ୍ୟ ଅର୍ଥନୈତିକ କାରଣଗୁଡିକ ପାଇଁ ଘଟିଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/Gold-Price-Down-Silver-Hike_Thumbnail-750x430.jpg)