କନକବ୍ୟୁରୋ: ଦିନକୁ ଦିନ ବଢିଚାଲିଛି ସୁନାର ଚାହିଦା । ପ୍ରତିଦିନ ନୂଆ ରେର୍କଡ କରୁଛି ସୁନା । ଦିଲ୍ଲୀ ଏନସିଆର ଅନ୍ତର୍ଗତ ସୁନା ବଜାର ରେ ବର୍ତ୍ତମାନର ସୁନାର ମୂଲ୍ୟ ୧୦ ଗ୍ରାମ ୭୩.୪୭୦ ରହିଛି । ଯାହାକି ବର୍ତ୍ତମାନ ବଜାରରେ ଅଧିକ ଦର ରହିଛି । କେବଳ ସୁନା ଦର ନୁହେଁ ରୁପାର ଦର ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।

Advertisment

ରୁପାର ମୂଲ୍ୟ ବର୍ତ୍ତମାନ ବଜାରରେ କେଜି ପିଛା ପ୍ରତି ୮୬,୬୦୦ ରହିଛି । ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଯଦି ଆମେ ଗତ ୬ ମାସ ଭିତରେ ଦେଖିବା ତେବେ ସୁନାର ମୂଲ୍ୟ ୨୦ରୁ ୨୫ ପ୍ରତିଶତ ବୃଦ୍ଧି ପାଇଛି ।

ଅନ୍ତର୍ଜାତୀୟ ବଜାରର କମେକ୍ସରେ ସୁନା ପ୍ରତି କେଜି ଏବେ ଆଉନ୍ସ ଦର ଏବେ ୨,୩୮୮ ଡଲାରରେ କାରବାର ହେଉଛି । ଯାହାକି ପାଖାପାଖି ୪୮ଡଲାରରୁ ଅଧିକ ରହିଛି । ବର୍ତ୍ତମାନ ଭୂ-ରାଜନୈତିକ କାରଣରୁ ହେଉଥିବା ଯୋଗୁଁ ସୁନାର ମୂଲ୍ୟ ବୃଦ୍ଦି ପାଇଥିବା କହିଛନ୍ତି ରିଟେଲ ଜ୍ୱେଲର କମ୍ଫାନୀ ସେନକୋ ଗୋଲ୍ଡ ଲିମିଟେଡ ।