କନକ ବ୍ୟୁରୋ: ନିକଟରେ ସୁନା ଦର କମିବା ଘଟଣା ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଥିବା ବେଳେ ଏବେ ଠିକ ବିପରୀତ ଖବର ହସ୍ତଗତ ହୋଇଛି। ସୁନା ଦର ବଢ଼ିବା ଘଟଣା ଅନେକଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀରେ ସୁନା ଦର ୧୦୦ ଟଙ୍କା ବର୍ଦ୍ଧିତ ହୋଇ ୧୦ ଗ୍ରାମ ପିଛା ୩୨୪୦୦ ଟଙ୍କାରେ ପହଞ୍ଚିଛି। ଏହା ସହିତ ରୁପା ଦରରେ ବି ସାମାନ୍ୟ ବୃଦ୍ଧି ଘଟିଛି। ରୁପା ଦର କିଲୋ ପିଛା ୩୩୦ ଟଙ୍କା ବଢ଼ି ବର୍ତ୍ତମାନ ୪୧୦୦୦ ଟଙ୍କାରେ ପହଞ୍ଚିଛି ।
ବ୍ୟବସାୟୀଙ୍କ କହିବା ମୁତାବକ, ଏବେ ବିବାହ ପାଇଁ ଲୋକେ ଅଧିକ ପରିମାଣର ଗହଣା କିଣୁଥିବା ହେତୁ ବେପାର ଉପରେ ଏହାର ସକାରାତ୍ମକ ପ୍ରଭାବ ଅନୁଭୂତ ହୋଇଛି। ଫଳରେ ଉଭୟ ସୁନା ଓ ରୁପା ଦରରେ ବୃଦ୍ଧି ପରିଲକ୍ଷିତ ହୋଇଛି। କେବଳ ଦିଲ୍ଳୀରେ ନୁହେଁ, ସିଙ୍ଗାପୁରରେ ବି ସୁନା ଦର ବୃଦ୍ଧି ପାଇଥିବାର ଖବର ହସ୍ତଗତ ହୋଇଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଏହା ପୂର୍ବରୁ ଏପ୍ରିଲ୍ ୨୫ ତାରିଖର ଶେଷ ଥର ପାଇଁ ସୁନା ଦର ଏହି ସ୍ତର ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/5-11.jpg)
/kanak/media/post_attachments/wp-content/uploads/2018/05/4-10-300x169.jpg)
/kanak/media/post_attachments/wp-content/uploads/2018/05/gold_720-1-770x433-300x169.jpg)