କନକ ବ୍ୟୁରୋ : ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସୁନା ବଜାର ଉପରେ ପଡ଼ିପାରେ । ୩ ହଜାର ଟଙ୍କା ମହଙ୍ଗା ହୋଇପାରେ ସୁନା ଦର । ଏବେ ସୁନା ଦର ୧୦ ଗ୍ରାମ ପିଛା ୮୭୪ ଟଙ୍କା ବୃଦ୍ଧି ପାଇ ୫୭ ହଜାର ୪୧୫ ଟଙ୍କାରେ ପହଂଚିଛି । ଯୁଦ୍ଧ ଏପରି ଜାରି ରହିଲେ, ସୁନା ଦର ଆହୁରି ବଢିବା ଆଶଙ୍କା ରହିଛି । ସୁନା ମୂଲ୍ୟ ବଢୁଥିବାରୁ ଗତବର୍ଷ ତୁଳନାରେ ଚଳିତ ବର୍ଷ ପାର୍ବଣ ଋତୁରେ ଗ୍ରାହକମାନେ ଅଧିକ ସୁନା ବଦଳାଇପାରନ୍ତି ।