ପରମ୍ପରା ପାଳନକୁ ସୁନା ଦର ଅଡୁଆ ! ଅକ୍ଷୟ ତୃତୀୟାରେ ଆକାଶ ଛୁଇଁଲା ସୁନା ଦର ।

35

ଆସନ୍ତାକାଲି ଅକ୍ଷୟ ତୃତୀୟା । ଅକ୍ଷୀମୁଠି ଅନୁକୂଳ ହେବ, ଚାଷ କାମରେ ଲାଗି ପଡ଼ିବେ ଚାଷୀ । ଆଉ ଏହି ଅକ୍ଷୟ ତୃତୀୟାରେ ସୁନା କିଣିଲେ, ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ ରହିଛି । ଆଉ ଏହି ଦିନରେ ସୁନା କିଣିବାର ଏକ ପରମ୍ପରା ରହିଛି । ହେଲେ ଚଳିତବର୍ଷ ସୁନାର ଦର ଆକଶ ଛୁଆଁ ।

ଗୋଟିଏ ମାସ ଭିତରେ ସୁନା ଦର ବଢ଼ି ଯାଇଛି ୨ହଜାରରୁ ଅଧିକ ଟଙ୍କା । ମାର୍ଚ୍ଚ ମାସରେ ଯେଉଁ ସୁନା ୧୦ ଗ୍ରାମକୁ ୨୮ରୁ ୨୯ ହଜାର ଭିତରେ ମିଳୁଥିଲା, ତାହା ଏବେ ୩୧ ହଜାର ଟପି ଯାଇଛି । ସତେ ଯେମିତି ଅକ୍ଷୟ ତୃତୀୟାକୁ ଫିକା କରି ଦେଉଛି ସୁନାର ଭାଉ ।

ପବିତ୍ର ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସିବେ । ଆଉ ଲକ୍ଷ୍ମୀ ଆସିଲେ ସୁଖ ସମ୍ପୃଦ୍ଧି ଆସିବ । ଏହି ବିଶ୍ୱାସ ଆଧାରରେ ପ୍ରତିବର୍ଷ ଅକ୍ଷୟ ତୃତୀୟରେ ସୁନା କିଣିବାର ପରମ୍ପରା ରହିଛି । ହେଲେ ଏଥର ପରମ୍ପରା ପାଳନ ପାଇଁ ସୁନା ଦର ଅଡୁଆ ହୋଇପାରେ ।

ପରମ୍ପରା ଓ ବିଶ୍ୱାସକୁ ଫିକା ପକାଇ ଦେଇପାରେ ଏଥରର ସୁନା ଦର । କାରଣ ଚଳିତବର୍ଷ ସୁନା ଦର ୨ ହଜାରରୁ ଅଧିକ ଟଙ୍କା ବଢ଼ି ଯାଇଛି । ଗତ ମାସରେ ୧୦ ଗ୍ରାମ ସୁନାର ଦର ଥିଲା ୨୮ ହଜାରରୁ ୨୯ ହଜାର ଟଙ୍କା । ଏପ୍ରିଲ ମାସ ମଧ୍ୟ ଭାଗରେ ଏହା ପହଞ୍ଚିଛି ୩୧ ହଜାର ୧୯୦ ଟଙ୍କାରେ ।

ସୁନା ଦର ଏବେ ଆକାଶ ଛୁଆଁ ରହିଛି । ହେଲେ ପରମ୍ପରା ଓ ବିଶ୍ୱାସକୁ ରୋକି ପାରିନି, ସୁନାର ଦର । ପରମ୍ପରା ଓ ବିଶ୍ୱାସ ଆଗରେ ଫିକା ପଡିଯାଇଛି ସୁନାର ଦର । ଗ୍ରାହକମାନେ ଚଢ଼ା ଦରରେ ବି ସୁନା କିଣି ପରମ୍ପରା ପାଳନ ପାଇଁ ଆଗେଇ ଆସୁଛନ୍ତି ।