ଚମକ ହରାଉଛି ସୁନା । ୬ ମାସରେ ଶସ୍ତା ହେଲାଣି ୧୨ ହଜାର ଟଙ୍କା, ବିଶେଷଜ୍ଞଙ୍କ ଆକଳନ ୪୦ ହଜାର ସ୍ତରକୁ ଖସି ଆସିବ ସୁନା ଦର ।

2,265

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ଖୁବ ଜୋରରେ ଚମକୁ ଥିବାବେଳେ ଧିରେ ଧିରେ ଏହାର ଚମକ ହରାଉଛି । ଗତ ୬ ମାସ ଭିତରେ ସୁନାର ଦର ୧୨ ହଜାର ଟଙ୍କା କମିଲାଣି । ଏବେ ୧୦ ଗ୍ରାମ୍ ୨୨ କାରେଡ୍ ସୁନାର ଦର ୪୧ ହଜାର ଭଳି ସ୍ତରକୁ ଖସିଆସିଛି । ସେହିଭଳି ୨୪ କ୍ୟାରେଡ ସୁନା ୪୫ ହଜାର ଟଙ୍କା ଭଳି ସ୍ତରରେ ରହିଛି । ଗତବର୍ଷ ଆରମ୍ଭରୁ ସୁନାର ଦର ୪୦ ହଜାର ଟଙ୍କା ସ୍ତରରେ ଥିଲା । ୨୦୨୦ ମାର୍ଚ୍ଚ ଶେଷ ସପ୍ତାହରେ ଦେଶବ୍ୟାପୀ ଲକଡାଉନ ଘୋଷଣା ହେବା ପରେ ସେଥିରେ ଦ୍ରୁତ ବୃଦ୍ଧି ଘଟିଥିଲା । କିଛିଦିନ ଭିତରେ ୧୦ ଗ୍ରାମ ୨୨ କ୍ୟାରେଡ ସୁନାର ଦର ୫୬ ହଜାର ଟଙ୍କା ଭଳି ସର୍ବକାଳୀନ ରେକର୍ଡ ସ୍ତରରେ ପହଂଚି ଯାଇଥିଲା ।

– ଏହାରି ଭିତରେ ସୁନା ମୂଲ୍ୟରେ ୧୨ ହଜାର ଟଙ୍କାର ହ୍ରାସ ହେଲାଣି
– ଆଗାମୀ ଦିନରେ ଏହା ଆହୁରି କମିପାରେ ବୋଲି ବଜାର ବିଶେଷଜ୍ଞଙ୍କ ମତ
– ୧୦ ଗ୍ରାମ ୨୨ କ୍ୟାରେଡ ସୁନାର ମୂଲ୍ୟ ୪୦ ହଜାରକୁ ଖସିଆସିବ
– ସୁନା ମୂଲ୍ୟରେ ଏଭଳି ହ୍ରାସ ଗ୍ରାହକଙ୍କୁ କିଛିଟା ଆଶ୍ୱସ୍ତି ଆଣିଦେଇଛି
– ହେଲେ ଅଧିକ ଦାମରେ ସୁନା କିଣି କମ୍ ଦାମରେ ବିକ୍ରି କରୁଥିବାରୁ ବ୍ୟବସାୟୀଙ୍କୁ ବାଧୁଛି