ଶିବସୁତଙ୍କ ପାଇଁ ସୁନା ମୋଦକ : କେଜି ୧୨ ହଜାର ଟଙ୍କା

158
କନକ ବ୍ୟୁରୋ: ମହାରାଷ୍ଟ୍ରରେ ଲାଗିରହିଛି ଗଣେଶ ପୂଜା ମାହୋଲ । ଗଣେଶ ଚତୁର୍ଥୀଠାରୁ ୧୦ ଦିନ ଯାଏଁ ଏହାକୁ ଧୁମଧାମରେ ପାଳନ କରନ୍ତି ମହାରାଷ୍ଟ୍ରବାସୀ । ଗଜାନନଙ୍କୁ ଖୁସି କରିବାକୁ ଜୁଟିଯାନ୍ତି ପ୍ରତି ଭକ୍ତ । ଗଣେଶଙ୍କୁ ଅନେକ ପ୍ରକାରର ନୈବେଦ୍ୟ ଅର୍ପଣ ହେଉଥିଲେ ବି ମୋଦକ ତାଙ୍କର ଅତି ପ୍ରିୟ ହୋଇଥିବାରୁ ବିଭିନ୍ନ ପ୍ରକାରର ମୋଦକ ଅର୍ପଣ କରି ତାଙ୍କୁ ସନ୍ତୁଷ୍ଟ କରିବାକୁ ଚାହାଁନ୍ତି ଭକ୍ତ ।
ମହାରାଷ୍ଟ୍ରର ବିଭିନ୍ନ ମିଠା ଦୋକାନରେ ଏହି ମୋଦକ ୧୦୦ରୁ ୨୦୦ ମଧ୍ୟରେ ସୁଲଭ ମୂଲ୍ୟରେ ମିଳୁଥିବାବେଳେ ନାସିକର ଏକ ମିଠା ଦୋକାନର ମୋଦକକୁ ନେଇ ସାରା ମହାରାଷ୍ଟ୍ରରେ ଚର୍ଚ୍ଚା । ନାସିକର ସାଗର ସୁଇଟ୍ସ ନାମକ ମିଠା ଦୋକନରେ ମିଳୁଛି ୨୫ ପ୍ରକାରର ମୋଦକ । ଏଥିରୁ ସବୁଠୁ ନିଆରା ସୁନାର ମୋଦକ । ଏହାର କେଜି ପ୍ରତି ଦାମ ରହିଛି ୧୨ ହଜାର ଟଙ୍କା । ଏହି ମୋଦକ କିଣିବାକୁ ଦୋକନାରେ ନାହିଁନଥିବା ଭିଡ  । ତେବେ କେବଳ ନାସିକ ନୁହେଁ ସୁନା ମୋଦକ କିଣିବାକୁ ନାସିକ ବାହାରୁ ମଧ୍ୟ ଗ୍ରାହକ ଆସି ପହଂଚୁଥିବା ଦୋକାନ ମାଲିକ କହିଛନ୍ତି । ଏହାସହ ଏଠାରେ ମିଳୁଛି ରୂପା ମୋଦ, କାଜୁ ମୋଦକ ଓ ଅନ୍ୟ ୨୫ ପ୍ରକାର ମୋଦକ ।