କନକ ବ୍ୟୁରୋ: ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବ । ଉତ୍ସବ ପୂର୍ବରୁ ସ୍ୱର୍ଣ୍ଣପଦକ ଚୟନକୁ ନେଇ ପାତର ଅନ୍ତର ହୋଇଥିବା ମାଳମାଳ ଅଭିଯୋଗ । ଷ୍ଟ୍ରାଟିଟିକ୍ସ ବିଭାଗର ସ୍ନାତକୋତର ଛାତ୍ରୀ ତନୁଶ୍ରୀ ରାଉତ ପରେ ଇଂରାଜୀ ବିଭାଗର ଛାତ୍ରୀ ଶିକ୍ତା କରଙ୍କ ଟୁଇଟ, ପୁଣିଥରେ ଏହି ପ୍ରସଙ୍ଗକୁ ଜୋରଦାର କରିଛି । ଏପଟେ ଇଂଟରନାଲ ବୋର୍ଡ ବୈଠକରେ ଏହାର ସମୀକ୍ଷା କରାଯିବ ବୋଲି କହିଛନ୍ତି ଉକ୍ରଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ।
ଷ୍ଟାଟିଟିକ୍ସ ବିଭାଗର ପିଜି ଛାତ୍ରୀ ତନୁଶ୍ରୀ ରାଉତଙ୍କ ଅଭିଯୋଗ ପରେ ଇଂରାଜୀ ବିଭାଗ ଛାତ୍ରୀ ଶିକ୍ତା କରଙ୍କ ସମାନ ଅଭିଯୋଗ । ପରୀକ୍ଷାରେ ଅଧିକା ନମ୍ବର ରଖିଛନ୍ତି କିନ୍ତୁ ସମାବର୍ତ୍ତନ ଉତ୍ସବରେ ସ୍ୱର୍ଣ୍ଣପଦକ ପାଇବେ ଅନ୍ୟ ଜଣେ । ପିଜି ପରୀକ୍ଷାରେ ୧୮୦୦ ମାର୍କରୁ ଶିକ୍ତା ରଖିଛନ୍ତି ୧୩୧୬ ନମ୍ବର ଏବଂ ଗ୍ରେଡ ହେଉଛି ୮.୦୨ ସିଜିପିଏ ।
ହେଲେ ତାଙ୍କୁ ମିଳିବନି ସ୍ୱର୍ଣ୍ଣ ପଦକ, ତାଙ୍କଠାରୁ କମ ମାର୍କ ଏବଂ କମ୍ ସିଜିପିଏରେ ଉତୀର୍ଣ୍ଣ ହୋଇଥିବା ଛାତ୍ରୀକୁ ମିଳିବ ସ୍ୱର୍ଣ୍ଣ ପଦକ । ତେବେ ଏନେଇ ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କୁଳପତି, ଉଚ୍ଚଶିକ୍ଷା ସଚିବ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଟ୍ୱିଟ୍ କରି ଘଟଣାକୁ ସକାରତ୍ମକ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ଶିକ୍ତା ।
ଏନେଇ ଅଭିଯୋଗ ବଢ଼ିବା ପରେ ଖୁବଶୀଘ୍ର ଇଂଟରନାଲ ବୋର୍ଡ ବୈଠକରେ ଏହାର ସମୀକ୍ଷା କରାଯିବ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ । ତେବେ ସ୍ୱର୍ଣ୍ଣପଦକ ପାଇଁ ଚାଲି ଆସିଥିବା ନିୟମ ପରିବର୍ତନ ହେବ, କି ପୂର୍ବ ନିୟମକୁ ଜାରି ରଖିବେ ଉକ୍ରଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ, ତାହା ଦେଖିବାକୁ ବାକି ରହିଲା ।
Follow Us