କନକ ବ୍ୟୁରୋ: ରାଜଧାନୀରୁ ସୁନା ଝମ୍ପା ଗ୍ୟାଙ୍ଗ ଠାବ ହୋଇଛି । ମାନାପୁରମ ଆସେଟ ଫାଇନାନ୍ସ ଲିମିଟେଡ଼ର ବ୍ରାଞ୍ଚ ହେଡ଼ ଏହି ଗ୍ୟାଙ୍ଗରେ ସାମିଲ ରହିଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଖାରବେଳନଗର ପୋଲିସ ଲୁଟେରାଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ।
ଲୁଟେରାଙ୍କଠୁ ଲକ୍ଷାଧିକ ଟଙ୍କାର ସୁନା ରୂପା ଗହଣା ଆଦି ଜବତ କରାଯାଇଛି । ସବୁଠୁ ବଡ କଥା ହେଉଛି ଚୋରି ସୁନା ବନ୍ଧକ ରଖି ଲୁଟେରାକୁ ଟଙ୍କା ଦେଉଥିଲେ ବ୍ରାଞ୍ଚ ହେଡ଼ । ମହିଳାଙ୍କ ଠାରୁ ଗତ ୨୫ ତାରିଖରେ ସୁନା ଝାମ୍ପି ନେଇଥିଲେ ଲୁଟେରା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/23-5.jpg)