ବ୍ରହ୍ମପୁର ପୁରୁଷୋତ୍ତମପୁରରୁ ସୁନା ଲୁଟ୍ ଘଟଣା : ଚୋରି ହୋଇଥିବା ସାଢେ ୬କେଜି ସୁନା ଜବତ, ୧୫ଜଣ ଗିରଫ; ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ସୂଚନା

230

କନକ ବ୍ୟୁରୋ : ସୁନା ଚୋରକୁ ଧରିଲା ପୁଲିସ । ଗଂଜାମ ପୁରୁଷୋତମପୁରରେ ସୁନା ବ୍ୟବସାୟୀଙ୍କ ଘରୁୁ ଲୁଟ ଘଟଣାରେ ଚୋରଙ୍କୁ ଧରିଛି ପୁଲିସ । ସେମାନଙ୍କ ଠାରୁ ସାଢେ ୬ କେଜିର ସୁନା ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ହେବ । ଏହି ଘଟଣାରେ ପୁଲିସ ୧୫ ଜଣଙ୍କୁ ଗିରଫ କରିଛି ।

ସେମାନଙ୍କ ମଧ୍ୟରେ ୧୦ ଜଣ ଚୋର ଓ ୫ ଜଣ ସେହି ସୁନାକୁ କିଣିଥିବା ଲୋକ ଅଛନ୍ତି । ଦକ୍ଷିଣାଚଂଳ ଡିଆଇଜି ସତ୍ୟବ୍ରତ ଭୋଇ ଏନେଇ ସୂଚନା ଦେଇଛନ୍ତି । ଅକ୍ଟୋବର ୧୨ ତାରିଖରେ ବିଳମ୍ବିତ ରାତିରେ ସୁନା ବ୍ୟବସାୟୀ ସୁରେନ୍ଦ୍ର ନାୟକଙ୍କ ଘରୁ ସୁନା ଚୋରି ହୋଇଥିଲା ।

Comments are closed.