କନକ ବ୍ୟୁରୋ : ସୁନା ଚୋରକୁ ଧରିଲା ପୁଲିସ । ଗଂଜାମ ପୁରୁଷୋତମପୁରରେ ସୁନା ବ୍ୟବସାୟୀଙ୍କ ଘରୁୁ ଲୁଟ ଘଟଣାରେ ଚୋରଙ୍କୁ ଧରିଛି ପୁଲିସ । ସେମାନଙ୍କ ଠାରୁ ସାଢେ ୬ କେଜିର ସୁନା ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ହେବ । ଏହି ଘଟଣାରେ ପୁଲିସ ୧୫ ଜଣଙ୍କୁ ଗିରଫ କରିଛି ।
ସେମାନଙ୍କ ମଧ୍ୟରେ ୧୦ ଜଣ ଚୋର ଓ ୫ ଜଣ ସେହି ସୁନାକୁ କିଣିଥିବା ଲୋକ ଅଛନ୍ତି । ଦକ୍ଷିଣାଚଂଳ ଡିଆଇଜି ସତ୍ୟବ୍ରତ ଭୋଇ ଏନେଇ ସୂଚନା ଦେଇଛନ୍ତି । ଅକ୍ଟୋବର ୧୨ ତାରିଖରେ ବିଳମ୍ବିତ ରାତିରେ ସୁନା ବ୍ୟବସାୟୀ ସୁରେନ୍ଦ୍ର ନାୟକଙ୍କ ଘରୁ ସୁନା ଚୋରି ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/31-5.jpg)