କନକ ବ୍ୟୁରୋ : ନୟାଗଡ ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ କୋଟିଏ ଟଙ୍କାର ସୁନା ଲୁଟି ନେଇଛନ୍ତି ଲୁଟେରା । ଦିନ ପ୍ରାୟ ସାଢେ ଗୋଟାଏ ବେଳେ ଦୁଇଟି ବାଇକରେ ୬ଜଣ ଲୁଟେରା ବ୍ୟାଙ୍କ ଭିତରେ ପଶିଥିଲେ । ମୁଣ୍ଡରେ ହେଲମେଟ୍ ଲଗାଇଥିବା ବେଳେ ହାତରେ ବନ୍ଧୁକ ଧରି ବ୍ୟାଙ୍କ ଭିତରକୁ ପଶିଥିଲେ । ବ୍ୟାଙ୍କରେ ଗ୍ରାହକ ଓ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ପରେ ଗୋଟିଏ କୋଠରୀରେ ସମସ୍ତଙ୍କୁ ତାଲା ପକାଇ ଦେଇଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ଲୁଟ୍ ।
ବ୍ୟାଙ୍କ ଲକରରୁ ୨୬୬ ପ୍ୟାକେଟ୍ ସୁନା ଲୁଟି ନେଇ ଫେରାର ହୋଇଯାଇଥିଲେ । ଏଥିସହ ୬୦ରୁ ୭୦ ହଜାର ଟଙ୍କା ବି ଲୁଟିନେଇଛନ୍ତି ଲୁଟେରା । ବ୍ୟାଙ୍କରେ ଏସବୁ ସୁନାକୁ ଗ୍ରାହକ ବନ୍ଧା ରଖିଥିଲେ । ଲୁଟ୍ ପରେ ସାଇଂଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ସହ ତଦନ୍ତ କରୁଛି ପୋଲିସ । ତେବେ ଲୁଟେରା, ବ୍ୟାଙ୍କ ସିସିଟିଭି ହାର୍ଡଡିସ୍କ ନେଇଯାଇଥିବାରୁ କିଛି ବି ସୁରାକ ପାଇନି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/nayagarh.jpg)