ଭଞ୍ଜନଗରରେ ବଡ ଠକେଇ: କୁଲାଡ ଆନ୍ଧ୍ର ବ୍ୟାଙ୍କରୁ ସୁନାଋଣ ନାଁରେ ୫ କୋଟି ଟଙ୍କାର ଠକେଇ; ସୁନା ଦୋକାନୀ ଓ ବ୍ୟାଙ୍କ କର୍ମଚାରୀଙ୍କ ବି ସଂପୃକ୍ତି ସନ୍ଦେହ

ବରିଷ୍ଠ ଅଧିକାରୀଙ୍କ ତଦନ୍ତ

313

କନକ ବ୍ୟୁରୋ: ଗୋଲ୍ଡ ଲୋନ ନାମରେ ଠକେଇ । ପିତଳକୁ ସୁନା କହି, ପାଖା ପାଖି ୫ କୋଟି ଟଙ୍କାର ଚୁନା ଲଗାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଭଂଜନଗର ନିକଟ କୁଲାଡ ଆନ୍ଧ୍ରା ବ୍ୟାଙ୍କରେ ଘଟିଛି ବଡ ଧରଣର ଠକେଇ । ଅଭିଯୋଗ ପାଇବା ପରେ ଭୁବନେଶ୍ୱର ଓ ବ୍ରହ୍ମପୁରରୁ ଆନ୍ଧ୍ର ବ୍ୟାଙ୍କରବରିଷ୍ଠ ଅଧିକାରୀ କୁଲାଡ ଆନ୍ଧ୍ରବ୍ୟାଙ୍କକୁ ଯାଇ ତଦନ୍ତ କରୁଛନ୍ତି ।

ସୂଚନା ଅନୁସାରେ, କିଛି ବ୍ୟାଙ୍କ କର୍ମଚାରୀ ଓ ସୁନା ଦୋକାନୀର ସହଯୋଗରେ ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କରେ କୁଲାଡ ଆଖପାଖ ଗାଁର ୩୫ରୁ ୪୦ ଜଣ ବ୍ୟାଙ୍କରେ ସୁନା ରୁଣ ଆବେଦନ କରିଛନ୍ତି । ତେବେ ବଡ କଥା ହେଉଛି ଟଙ୍କା ପରିଶୋଧ କରିବା ପାଇଁ ବ୍ୟାଙ୍କ ମ୍ୟାନେଜର ନୋଟିସ ଦେବା ପରେ ଲୋକେ ଜାଣିଛନ୍ତି ତାଙ୍କ ନାମରେ ସୁନା ରୁଣ କରାଯାଇଛି ।

ଅନ୍ୟପଟେ ବ୍ୟାଙ୍କ ମ୍ୟାନେଜର କହିଛନ୍ତି ନିର୍ଦ୍ଧିଷ୍ଟ ସମୟରେ ସୁଧ ପରିଶୋଧ ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଯେଉଁ ଲୋକଙ୍କୁ ନୋଟିସ ଆସିଛି, ସେମାନେ ରୁଣ ବାବଦରେ କିଛି ଜାଣି ନାହାନ୍ତି ଓ ରୁଣ ଟଙ୍କା ପାଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ।