ସୁନା ଦୋକାନରେ ଫୁଟିଲା ଗୁଳି : ସୁନ୍ଦରଗଡ ଜିଲ୍ଲା ବଡ ଗାଁ ଜୁଏଲାରୀ ଦୋକାନରେ ଅଘଟଣ

 ଦୁଇ ଦୁର୍ବୃତ୍ତ ବାଇକରେ ଆସି ଦୋକାନୀଙ୍କ ପୁଅକୁ କଲେ ଟାର୍ଗେଟ; ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର 

80

କନକ ବ୍ୟୁରୋ : ସୁନ୍ଦରଗଡ଼ ବଡ଼ଗାଁ ମୁଖ୍ୟ ରାସ୍ତା କଡ଼ରେ ଥିବା ମା ମଙ୍ଗଳା ଜୁଏଲାରୀ ଦୋକାନ ସାମ୍ନାରେ ଗୁଳିମାଡ଼ । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଦୋକାନୀ ମାଲିକଙ୍କ ପୁଅଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇଛନ୍ତି । ଏହି ଗୁଳିମାଡ଼ରେ ଦୋକାନୀ ମାଲିକଙ୍କ ପୁଅ ଗୁରୁତର ଥିବାବେଳେ ପାଖରେ ଥିବା ସରୋଜ ଦାସ ନାମକ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ହୋଇଛନ୍ତି । ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଠ ରହିଛି ।

ଏହି ଗୁଳିକାଣ୍ଡରେ ଗହଣା ଦୋକାନୀଙ୍କ ପୁଅ ରୋହିତ ବର୍ମା ଗୁରୁତର ହୋଇଛନ୍ତି ।  ତିନିଟି ଗୁଳି ଫୁଟିଥିବା ବେଳେ ଘଟଣାସ୍ଥଳରେ ବନ୍ଧୁକ ଓ ଫୁଟା ଓ ଅଫୁଟା ଗୁଳି ପଡ଼ିରହିଛି । ୨ ଗୁରୁତରଙ୍କୁ ରାଉରକେଲାର ଜେପି ହସ୍ପିଟାଲକୁ ନିଆଯାଇଛି । ତେବେ କେଉଁ କାରଣରୁ ଏହି ଗୁଳିକାଣ୍ଡ ଘଟିଛି, ତାହା ଜଣାପଡ଼ିନାହିଁ । ଏଯାଏ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସମର୍ଥ ହୋଇ ନ ଥିବା କୁହାଯାଉଛି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।