କନକ ବ୍ୟୁରୋ : ଘରେ ସୁନା ରଖିବା ନେଇ କେନ୍ଦ୍ର ସରକାରଙ୍କ କଟକଣା । ବିବାହିତ ମହିଳାମାନେ ରଖିପାରିବେ ୫୦୦ଗ୍ରାମ ସୁନା । ସେହିପରି ଅବିବାହିତ ମହିଳାମାନେ ୨୫୦ଗ୍ରାମ ସୁନା ରଖିପରିବେ । କିନ୍ତୁ ପୁରୁଷମାନେ ପାଖରେ ମାତ୍ର ୧୦୦ଗ୍ରାମ ସୁନା ରଖିପାରିବେ ବୋଲି କେନ୍ଦ୍ର ସରକାର ଆଜି ଘୋଷଣା କରିଛନ୍ତି ।
କଳାଧନକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ଯୋଜନା ପରେ ଏହା ଆଉ ଏକ ବଡ ପଦକ୍ଷେପ । କଳାଧନ ଜମାକାରୀମାନେ କଳାଧନକୁ ସାଧାରଣତଃ ସୁନା ଆକାରରେ ଠୁଳ କରୁଥିବାର ଆଶଙ୍କା କରୁଛନ୍ତି ସରକାର । ଦେଶକୁ ଯେତିକି ସୁନା ଆସୁଛି ତାହାର ଏକ ତୃତୀୟାଂଶ କେବଳ କଳାଧନ ମହଜୁଦକାରୀମାନେ କିଣୁ ଥିବାର ଆକଳନ କରାଯାଇଛି ।
ବିମୁଦ୍ରାକରଣ ପରେ କଳାଧନକୁ ସୁନା କିଣାରେ ନିୟୋଜିତ କରୁଥିବା ଅନୁମାନ କରି ଆୟକର ବିଭାଗ ପକ୍ଷରୁ କେତେକ ଜୁଏଲାରୀ ସପ୍ ଉପରେ ମଧ୍ୟ ଚଢ଼ାଉ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-01-17h06m23s329.png)