ଚଳିତ ସପ୍ତାହରେ ଲଗାତର ଖସୁଛି ସୁନା ଦର । ୯ ହଜାର ଟଙ୍କା ଶସ୍ତା ହେଲା ସୁନା । ଜାଣନ୍ତୁ କଣ ରହିଛି ବଜାର ଦର

2,578

କନକ ବ୍ୟୁରୋ : ଚଳିତ ସପ୍ତାହରେ ସୁନା ଦର ଲଗାତର ଭାବେ କମିବାରେ ଲାଗିଛି । ଚଳିତ ସପ୍ତାହରେ ସୁନା ୧୦ ଗ୍ରାମ ପ୍ରତି ୬୦୦ ଟଙ୍କା ଶସ୍ତା ହୋଇଛି । ସୋମବାର ଦିନ ୨୪ କ୍ୟାରେଟ୍ ସୁନାର ଦାମ ୪୭.୩୦୦ ଟଙ୍କା ଥିବା ବେଳେ ଆଜି ପୁଣି ୧୦୦ ଟଙ୍କା କମ୍ ହୋଇଛି ସୁନା ଦର ।

ଗତବର୍ଷ କରୋନା ସଂକଟ ବେଳେ ଲୋକମାନେ ବିଶେଷ କରି ସୁନା ଉପରେ ନିବେଶ କରିଥିଲେ । ୨୦୨୦ ରେ ସୁନାଦର ୧୦ ଗ୍ରାମ ପ୍ରତି ୫୬ ହଜାର ଟଙ୍କା ପାର କରିଥିଲା । ଅର୍ଥାତ ୨୦୧୯ ରେ ଯେଉଁମାନେ ସୁନା ଉପରେ ନିବେଶ କରିଥିଲେ ସେମାନେ ୪୩ ପ୍ରତିଶତ ଲାଭ କରିଥିଲେ । ୨୦୨୦ ର ଦାମ ଓ ଆଜିର ଦାମକୁ ତୁଳନା କଲେ ଏବେ ସୁନା ଦର ୨୫ ପ୍ରତିଶତ ହ୍ରାସ ପାଇଛି ।

ଚଳିତ ସପ୍ତାହର ସୁନା ଦରକୁ ନଜର କଲେ ସୋମବାର ୪୭,୯୫୧ ଟଙ୍କା, ମଙ୍ଗଳବାର ୪୭,୬୩୩ ଟଙ୍କା, ବୁଧବାର ୪୭,୪୮୨ ଟଙ୍କା, ଗୁରୁବାର ୪୭,୪୩୮ ଟଙ୍କା ଓ ଶୁକ୍ରବାର ଦି ୪୭,୩୪୦ ଟଙ୍କା ରହିଛି ।