କନକ ବ୍ୟୁରୋ : ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଲଢ଼େଇ ତୀବ୍ର ହୋଇଥିବାରୁ ସୁନା ବଜାର ଉପରେ ତାହାର ପ୍ରଭାବ ଦେଖିବାକୁ ମିଳିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍ରେ ଅଗଷ୍ଟ ମାସ ଲାଗି ବିକ୍ରି କରାଯାଉଥିବା ସୁନା ଦାମ୍ ଆଜି ୧୦୦୦ ଟଙ୍କା ବୃଦ୍ଧି ପାଇ ୫୨,୧୨୭ ଟଙ୍କା ହୋଇଛି । ସେହିଭଳି ରୁପା କିଲୋ ଦାମ୍ ୬୪,୮୪୯ ଟଙ୍କାରେ ପହଞ୍ଚିଛି । ରୁପା ଦାମ୍ ୮ ବର୍ଷ ଭିତରେ ଏହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଆନ୍ତର୍ଜାତିକ ବଜାରରେ ଯଦି ସୁନାର ଆଉନ୍ସ ପ୍ରତି ଦାମ୍ ୨୦୦୦ ଡଲାରରେ ପହଞ୍ଚିଯିବ ତେବେ ଛଅ ମାସ ଭିତରେ ଦେଶରେ ସୁନାର ୧୦ ଗ୍ରାମ ପିଛା ଦର ୫୫ ହଜାର ଟଙ୍କାରୁ ଅଧିକ ହୋଇଯିବ ବୋଲି ରିଲିଗେୟାର ବ୍ରୋକିଙ୍ଗ୍ର ଉପସଭାପତି ସୁଗନ୍ଧା ସଚଦେବା ଆକଳନ କରିଛନ୍ତି ।
ବାଧ୍ୟତାମୂଳକ ହଲ୍ମାର୍କିଂ ସମୟ ସୀମା ବଢ଼ିଲା
ସୁନା ଗହଣାର ବାଧ୍ୟତାମୂଳକ ହଲ୍ମାର୍କିଂ ସମୟ ସୀମାକୁ ୨୦୨୧ ଜୁନ୍ ୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟ ଶେଷ କରିବା ଲାଗି ୨୦୨୧ ଜାନୁଆରି ୧୫ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଏହି ସମୟ ସୀମା ବଢ଼ାଇବା ଲାଗି ଗହଣା ବିକ୍ରେତାମାନେ ଅନୁରୋଧ କରିଥିଲେ ବୋଲି ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମବିଳାସ ପାସ୍ୱାନ କହିଛନ୍ତି। ସୁନା ଗହଣାର ହଲ୍ମାର୍କିଂ ହେଉଛି ତାହାର ଶୁଦ୍ଧତାର ଏକ ସାର୍ଟିଫିକେସନ ବା ପ୍ରମାଣ ସ୍ବରୂପ। ବର୍ତମାନ ଏହା ସ୍ବେଚ୍ଛାଧୀନ ରହିଛି। ମାତ୍ର ଆସନ୍ତା ବର୍ଷ ଜୁନ୍ ୧ ପରଠାରୁ ସବୁ ସୁନା ଗହଣାର ହଲ୍ମାର୍କିଂ ବାଧ୍ୟତାମୂଳକ ହେବ। ଏହି ଦିନ ଠାରୁ ଗହଣା ବିକ୍ରେତାମାନେ କେବଳ ୧୪, ୧୮ ଓ ୨୨ କ୍ୟାରେଟ୍ର ସୁନା ଗହଣା ବିକିପାରିବେ। ଯେଉଁମାନେ ଆଇନର ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା ଆଦାୟ କରାଯିବ ଏବଂ ଜେଲ୍ ଦଣ୍ଡ ମଧ୍ୟ ଦିଆଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/GOLD.jpg)