ରହସ୍ୟମୟ ବିଶ୍ୱର ଆଉଏକ ରହସ୍ୟ । ମୃତ୍ୟୁର ଜ୍ୱାଳାମୂଖୀ ତଳେ ସୁନାର ପାହାଡ

367

କନକ ବ୍ୟୁରୋ : ଏବେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିସାରିଛି । ଏହାରି ଭିତରେ ଗୋଟିଏ କଥା ବାରମ୍ବାର ସାମ୍ନାକୁ ଆସୁଛି ଯେ ଆଫଗାନିସ୍ତାନରେ ଏକ ଖଣି ରହିଛି ଓ ତାହା ମଧ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କାର ସମ୍ଭାର ରହିଛି । ଏହାକୁ ପାଇବାକୁ ଚୀନ ଓ ଆମେରିକା ତାଲିବାନକୁ ସହଯୋଗ କରୁଛନ୍ତି । ଏ ଖଣି ଆଫଗାନର କେଉଁ ଅଞ୍ଚଳରେ ରହିଛି ତା ମଧ୍ୟରେ କେଉଁ ପ୍ରକାରର ଖଣିଜ ସଂପଦ ରହିଛି ସେ ନେଇ କିଛି ବି ଖୋଲାସା ହୋଇ ନାହିଁ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଫଗାନର ଏକ ପାହାଡ ରହିଛି ଯେଉଁ ପାହାଡ ମଧ୍ୟରେ ଟନ୍ ଟନ୍ ଓଜନର ସୁନା ଥିବା କୁହାଯାଉଛି । ହେଲେ ଆଫଗାନ ଭଳି ଏକ ଗରୀବ ରାଷ୍ଟ୍ର ଆଜି ପର୍ଯ୍ୟନ୍ତ କାହିଁକି ସେ ପାହାଡ ଭିତରେ ଥିବା ସୁନା ଉତ୍ତୋଳନ କରି ନାହିଁ ଓ ଏହା ପଛରେ କଣ ରହିଛି ରହସ୍ୟ ?

ଦୁନିଆରେ ଅନେକ ରହସ୍ୟମୟ ସ୍ଥାନ ରହିଛି । ଯାହାର ପ୍ରକୃତ କାରଣ ଖୋଲିପାରି ନାହିଁ । ଏହାର କାରଣ ଖୋଜିବାକୁ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସାରାଜୀବନ ବିତାଇ ଦେଇଥିଲେ ବି ଖୋଲି ପାରିନାହିଁ ଏହାର ରାଜ୍ । ଆଫଗାନିସ୍ତାନ ଓ ଆମେରିକା ସୀମା ମଧ୍ୟରେ ରହିଛି ଏରିଜୋନା ପାହାଡ, ଯେଉଁ ପାହାଡ ତଳେ ଟନ ଟନ ଓଜନର ସୁନା ଥିବା କଥା କୁହାଯାଇଛି । ଅନେକ ଲୋକ ବି ସୁନା ସନ୍ଧାନରେ ଏଠାକୁ ଯାଇଛନ୍ତି । ହେଲେ ଅନେକ ଦିନ ଖୋଜା ଖୋଜି କରିବା ପରେ ନା ତାଙ୍କୁ ସୁନା ମିଳିଛି ନା ସେମାନେ ଫେରିଛନ୍ତି । ଏହି ପାହାଡରେ ଏତେ ଗରମ ଓ କେବେ କେବେ ଏତେ ଥଣ୍ଡା ପଡିଥାଏ ଯେ ଏଠାକୁ ଯାଉଥିବା ଲୋକମାନେ ବଞ୍ଚିପାରି ନଥାନ୍ତି । ହେଲେ ସୁନା ପାଇବା ଲୋଭରେ ଏଠାକୁ ଲୋକମାନେ ବାରମ୍ବାର ଯାଇଥାନ୍ତି । ଏବେ ଏଠିକାର ପ୍ରଶାସନ ଏହି ପାହାଡ ନିକଟକୁ ଯିବାକୁ ଲୋକମାନଙ୍କୁ ବାରଣ କରିଛି ।

ଅନ୍ୟପଟେ ଏଠିକାର ପ୍ରଶାସନ ମୁତାବକ ଏହି ପାହାଡ ଖୋଳିବା ଆଇନତ ଅପରାଧ । ଯଦି ବି କାହାକୁ ଏଠାରୁ ସୁନାମିଳେ ତେବେ ତାହାକୁ ସେଠିକାର ସରକାର ନେଇଯାଇଥାନ୍ତି । ଏତେପରେ ବି ସେଠିକାର ଲୋକ ସୁନା ଲୋଭରେ ସେହି ପାହାଡ ନିକଟକୁ ଯାଆନ୍ତି ଓ ଜୀବନ ହାରିଥାନ୍ତି । ଏମିତି କାହାଣୀ ସ୍ଥାନୀୟ ଲୋକମାନେ କହିଥାନ୍ତି ଯେ ଅନେକ ଲୋକଙ୍କର ଶବକୁ ପୋଲିସ ସେହି ପାହାଡ ତଳୁ ଜବତ କରିଛି ।

ଏରିଜୋନା ଭଳି ବିପଦପୂର୍ଣ୍ଣ ପାହାଡରେ ଥରେ ହଜିଯାଇଥିବା ଲୋକମାନଙ୍କୁ କେବେ ବି ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇନାହିଁ । ଏଠିକାର ଗରମ ଓ ଥଣ୍ଡା ସହ୍ୟ କରିବା ଲୋକମାନଙ୍କ ପାଇଁ ସମ୍ଭବ ହେଉ ନଥିବାରୁ ଲୋକମାନେ ପ୍ରାଣ ହରାଇଥାନ୍ତି ବୋଲି ବୈଜ୍ଞାନିକମାନେ କହିଥାନ୍ତି ।