କନକ ବ୍ୟୁରୋ : ବିଧାନସଭାରେ ଖଣି ମନ୍ତ୍ରୀ ଓଡିଶାରେ ସୁନାଖଣି ଠାବ ନେଇ ସୂଚନା ଦେବା ପରେ ଚର୍ଚ୍ଚା ବଢିଛି । ରାଜ୍ୟରେ ସୁନାଖଣି ଚିହ୍ନଟ ଚିହ୍ନଟ ହୋଇଥିବା ତିନି ଜିଲ୍ଲା ମଧ୍ୟରେ ଦେବଗଡର ନାଁ ମଧ୍ୟ ରହିଛି । ଦେବଗଡର ରିଆମାଳ ବ୍ଲକରେ ସର୍ଭେ ପରେ ଆଡସ ପଞ୍ଚାୟତର ମାଟି ତଳେ ସୁନା ପଥର ଗଚ୍ଛିତ ଥିବା ଜଣାପଡିଛି ।

Advertisment

ଗତକାଲି ଖଣି ମନ୍ତ୍ରୀ ଗୃହରେ ରାଜ୍ୟରେ ସୁନା ଖଣି ଥିବା ତଥ୍ୟ ଉପସ୍ଥାପନ କରିବା ପରେ ଦେବଗଡରେ ଖୁସିର ଲହରି ଖେଳିଯାଇଛି । ଆଡସ ପଞ୍ଚାୟତର ଆଡସ ଗ୍ରାମ ଓ ରିଆମାଲ ଗାଁରେ ସୁନା ୩୦ ବର୍ଷ ତଳେ ସର୍ଭେ ହୋଇଥିଲା । ପରେ ସର୍ଭେ କାର୍ଯ୍ୟ ବନ୍ଦ ହୋଇଥିଲା ବେଳେ ପୁଣି ୨ ବର୍ଷ ତଳେ ରାଜ୍ୟ ଭୁତତ୍ୱ ନିର୍ଦ୍ଦେଶାଳୟ ଓ ଭାରତୀୟ ସର୍ବେ କ୍ଷଣ ସଂସ୍ଥା ପକ୍ଷରୁ ଆଡସ ଓ ରାମପାଲି ଗାଁରେ କ୍ୟାମ୍ପ କରାଯାଇ ସର୍ଭେ କରାଯାଇଥିଲା । ସରକାରୀ ଓ ବେସରକାରୀ ଜମିରେ ଖନନ କରି ନମୂନା ସଂଗ୍ର କରି ପରୀକ୍ଷା କରିବା ପରେ ମାଟି ତଳେ ସୁନା ଥିବା ତଥ୍ୟ ସାମ୍ନାକୁ ଆସିଛି । ଆଉ ମାଟି ତଳେ ସୁନା ଥିବା ଜାଣିବା ପରେ ଅଞ୍ଚଳର ଲୋକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ଆଗକୁ ସୁନା ଖଣି ଖୋଳାହେଲେ ଅଞ୍ଚଳର ଭାଗ୍ୟ ବଦଳିଯିବ, ରାଜ୍ୟର ଅର୍ଥନୀତିରେ ମଧ୍ୟ ଏହା ସହାୟକ ହେବ ବୋଲି ଅଞ୍ଚଳବାସୀ କହିଛନ୍ତି ।

କେନ୍ଦୁଝର ଜିଲ୍ଲା ଗୋପୁର, ଗାଜିପୁର, କୁଶକଳା, ଅଡ଼ାଳ ଏବଂ ତେଲକୋଇର ସଳେଇକନା, ଡିମିରିମୁଣ୍ଡା ଓ କରଡଙ୍ଗା ଅଞ୍ଚଳରେ ସୁନା ଥିବା ସୂଚନା ମିଳିଛି। ନିର୍ଦ୍ଦେଶାଳୟ ପକ୍ଷରୁ ୧୯୭୭-୮୩ ଓ ୧୯୮୯-୯୬ ମଧ୍ୟରେ କେନ୍ଦୁଝର ଜିଲ୍ଲା ତେଲକୋଇ ତହସିଲ ଅଞ୍ଚଳରେ ଅନୁସନ୍ଧାନ କରାଯାଇ ଦୁଇଟି ସୁନାବାହୀ ବାଲୁକାପ୍ରସ୍ତର ସିରା ଅବସ୍ଥିତି ଜଣାପଡ଼ିଥିଲା । ଯେଉଁଥିରେ ଗୋଟିଏ ଟନ୍‌ ପଥରରେ ୧ ଗ୍ରାମ ସୁନା ଥିବା ବିଶ୍ଲେଷଣରୁ ଜଣାପଡ଼ିଛି। ସେଥିମଧ୍ୟରୁ ଗୋପୁର ନିକଟସ୍ଥ ଦକ୍ଷିଣ ପାର୍ଶ୍ବରେ ୬୦ ମିଟର ଲମ୍ବ ଓ ୧ ମିଟର ଓସାର ଅଞ୍ଚଳରେ ଥିବା ବାଲୁକାପ୍ରସ୍ତର ସିରାର ଏକ ଟନ୍‌ ପଥରରୁ ୨.୫ ଗ୍ରାମରୁ ୧୦ ଗ୍ରାମ ସୁନା ଥିବାର ଆକଳନ ହୋଇଛି । ଯାହାକି ଭୂପୃଷ୍ଠରୁ ୩୦ରୁ ୬୦ ମିଟର ତଳେ ଥିବାରୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଉକ୍ତ ସମୟରେ ସବିଶେଷ ଆକଳନ ପାଇଁ କାର୍ଯ୍ୟପନ୍ଥା କରାଯାଇ ନ ଥିଲା । ସେହିପରି ନିର୍ଦ୍ଦେଶାଳୟ ପକ୍ଷରୁ ୧୯୭୦-୭୧ରେ ‌ତେଲକୋଇ ନିକଟସ୍ଥ ‌ସଲେଇକନା ପରିପାର୍ଶ୍ବରେ ନାଳ ଅବବାହିକା ଓ ଶଯ୍ୟାରେ ୧ ଟନ୍‌ ମାଟିରେ ୧ ଗ୍ରାମ ସୁନା ଥିବା ସୂଚନା ମିଳିଛି ।

ମୟୂରଭଞ୍ଜ ଜିଲ୍ଲା ଯଶିପୁର, ସୁରିଆଗୁଡ଼ା, ଭୁଆଁସି, ଇଡେଳକୁଚା, ମାରେଡିହି ଓ ସୁଲେଇପାଟ(ଧୁସୁରା ପାହାଡ଼) ଓ ବାଦାମ ପାହାଡ଼ ଅଞ୍ଚଳରେ ମଧ୍ୟ ସୁନା ରହିଛି। ନିର୍ଦ୍ଦେଶାଳୟ ଓ ଜିଏସ୍‌ଆଇ ଅନୁସନ୍ଧାନ କରାଯାଇ ଇଡେଲକୁଚା-ମାରେଡିହି-ବାହାମପାହାଡ଼ ଆଦି ଅଞ୍ଚଳରେ ସୁନାବାହୀ ପଥର ରହିଛି। ୧ ଟନ୍‌ ପଥରରୁ ୦.୧ରୁ ୨.୬ଗ୍ରାମ ସୁନା ରହିଥିବା ଆକଳନ କରାଯାଇଛି । ନିର୍ଦ୍ଦେଶାଳୟ ପକ୍ଷରୁ ୧୯୭୦-୭୧ରେ ଅନୁସନ୍ଧାନ କରାଯାଇ ଧୁସୁରା ପାହାଡ଼ରେ ୨.୩ କିମି ବ୍ୟାପି ଅଞ୍ଚଳରେ ୧ ଟନ୍‌ ପଥରରୁ ୦.୧ରୁ ୦.୮ ଗ୍ରାମ ସୁନା ଥିବାର ଆକଳନ କରାଯାଇଛି ।