କନକ ନ୍ୟୁଜର ୟୁଟ୍ୟୁବ ଚ୍ୟାନେଲକୁ ମିଳିଲା ଗୋଲ୍ଡ କ୍ରିଏଟର ଆୱାର୍ଡ । ୟୁଟ୍ୟୁବ ପକ୍ଷରୁ ମିଳିଥିବା ଆୱାର୍ଡକୁ ଅନବକ୍ସ କଲେ କନକ ନ୍ୟୁଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ

637

କନକ ବ୍ୟୁରୋ : କନକ ନ୍ୟୁଜର ଡିଜିଟାଲ ପ୍ଲାଟଫର୍ମକୁ ମିଳିଛି ବଡ ସଫଳତା । କନକ ନ୍ୟୁଜର ୟୁ-ଟ୍ୟୁବ ଚ୍ୟାନେଲକୁ ମିଳିଛି ଗୋଲଡ କ୍ରିଏଟର ଆୱାର୍ଡ । ୟୁ-ଟ୍ୟୁବ ପ୍ଲାଟଫର୍ମରେ ୧୦ ଲକ୍ଷ ସବସ୍କ୍ରାଇବର ଅତିକ୍ରମ କଲେ ଏହି ଆୱାର୍ଡ ମିଳିଥାଏ । କନକ ନ୍ୟୁଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଗୋଲ୍ଡ କ୍ରିଏଟର ଆୱାର୍ଡକୁ କନକ ନ୍ୟୁଜ ଡେସ୍କରେ ଅନାବରଣ କରିଛନ୍ତି ।

ଏବେ କନକ ନ୍ୟୁଜ ୟୁ-ଟ୍ୟୁବରେ ୨୬ ଲକ୍ଷ ୨୦ ହଜାରରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ଡିଜିଟାଲ ପ୍ଲାଟଫର୍ମରେ ପ୍ରବେଶ କରିବା ପରଠାରୁ କନକ ନ୍ୟୁଜ ଏକାଧିକ ସଫଳତା ହାସଲ କରିଚାଲିଛି । ଏକାଧିକ ସଂସ୍ଥାର ଆକଳନ ଅନୁସାରେ ଉଭୟ ୟୁ-ଟ୍ୟୁବ ଆଉ ଫେସବୁକରେ କନକ ନ୍ୟୁଜ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛି ।

ଭିଡୁଲିର ରିପୋର୍ଟ ହେଉ ଅବା ଫେସବୁକର କ୍ରାଉଡଟ୍ରାଙ୍ଗଲର ତଥ୍ୟ ଦର୍ଶାଉଛି, ଅନ୍ୟ ନ୍ୟୁଜ ଚ୍ୟାନେଲଙ୍କ ଅପେକ୍ଷା କନକ ନ୍ୟୁଜର ଗ୍ରହଣୀୟତା ଯଥେଷ୍ଟ ଅଧିକ । କ୍ରିଏଟର ଆୱାର୍ଡକୁ ଅନାବରଣ କରି କନକ ନ୍ୟୁଜର କାର୍ଯ୍ୟନିର୍ବାହି ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଦର୍ଶକଙ୍କ ଭଲପାଇବା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ଆହୁରି ଭଲ କାର୍ଯ୍ୟକ୍ରମ ତଥା ଖବର ଲୋକଙ୍କ ପାଖରେ ପହଁଚାଇବାକୁ କନକ ନ୍ୟୁଜ ଉଦ୍ୟମ କରିବ ବୋଲି ସେ କହିଛନ୍ତି । ୟୁଟ୍ୟୁବର ଗୋଲ୍ଡ ଆୱାର୍ଡ ଅନାବରଣ କାର୍ଯ୍ୟକ୍ରମରେ କନକ ନ୍ୟୁଜ, କନକ ନ୍ୟୁଜ ଡିଜିଟାଲ ପ୍ଲାଟଫର୍ମର ସଦସ୍ୟ ସାମିଲ ହୋଇଥିଲେ ।