କନକ ବ୍ୟୁରୋ: ଶ୍ରୀମନ୍ଦିରରେ ସେବାୟତଙ୍କ ବିରୋଧରେ ଆସିଛି ସାଘାଂତିକ ଅଭିଯୋଗ । ସେବାୟତମାନେ ପୁରୀ ଆସିଥିବା ମରାଠୀ ପର୍ଯ୍ୟଟକଙ୍କଠାକୁ ସୁନାଚେନ ଲୁଟ୍ ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି ।
ଅଭିଯୋଗ ଅନୁସାରେ, ମନ୍ଦିରର ଜୟବିଜୟ ଦ୍ୱାର ନିକଟରେ ମହାରାଷ୍ଟ୍ରର ପର୍ଯ୍ୟଟକଙ୍କୁ ସେବାୟତମାନେ ଠେଲାପେଲା କରିବା ସହ ସୁନା ଚେନ ଛଡାଇ ନେଇଛନ୍ତି । ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ସିସିଟିଭି ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ । ପୁରୀ ବଡ ମେଡିକାଲରେ ଚିକିତ୍ସା ପରେ ପର୍ଯ୍ୟଟକଙ୍କୁ ଛାଡିଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/88-4.jpg)
/kanak/media/post_attachments/wp-content/uploads/2018/04/puri-jagannath-temple-1463558975_835x547-300x185.jpg)