କଟକ ମଙ୍ଗୁଳି ଟୋଲ ଗେଟ୍ ନିକଟରୁ ଧରାପଡିଲା ସୁନା ବିସ୍କୁଟ । କୋଲକାତାରୁ ହେଉଥିଲା ଚାଲାଣ ।

268

କନକ ବ୍ୟୁରୋ: କଟକ ମଙ୍ଗୁଳି ଟୋଲଗେଟ ନିକଟରୁ ଜବତ ହେଲା ବିଦେଶୀ ସୁନା । କୋଲକାତାରୁ ହେଉଥିଲା ସୁନା ଚୋରା ଚାଲାଣ । ଏକ କାର ଯୋଗେ ହେଉଥିଲା ସୁନା ଚୋରା ଚାଲାଣ । ୯ ହଜାର ୧୮୦ ଗ୍ରାମର ସୁନା ବିସ୍କୁଟ ଜବତ । ଜବତ ସୁନାର ଆନୁମାନିକ ମୂଲ୍ୟ ୬ କୋଟିରୁ ଅଧିକ ହେବ । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଡିଆରଆଇ । ଚୋରାଚାଲାଣ ହେଉଥିବା ଗାଡି ବି ଜବତ କରାଯାଇଛି ।