ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ ! ମହାରାଷ୍ଟ୍ରର ଜଣେ ମହିଳାଙ୍କଠାରୁ ୨୪ ଲକ୍ଷ ଟଙ୍କାର ସୁନା ଜବତ କଲା ସୀମାଶୁଳ୍କ ବିଭାଗ

Advertisment
ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ ! ମହାରାଷ୍ଟ୍ରର ଜଣେ ମହିଳାଙ୍କଠାରୁ ୨୪ ଲକ୍ଷ ଟଙ୍କାର ସୁନା ଜବତ କଲା ସୀମାଶୁଳ୍କ ବିଭାଗ
କନକ ବ୍ୟୁରୋ : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ଜଣେ ମହିଳା ଯାତ୍ରୀଙ୍କଠାରୁ ୭୦୭.୬୭୦ ଗ୍ରାମର ସୁନା ଜବତ ହୋଇଛି। ଏହାର ବଜାର ମୂଲ୍ୟ ୨୩ଲକ୍ଷ ୮୯ହଜାର ୭୯୯ଟଙ୍କା ହେବ ବୋଲି ବିମାନବନ୍ଦରର ସୀମାଶୁଳ୍କ ବିଭାଗ ସୂଚନା ଦେଇଛି। ଭୁବନେଶ୍ବର ବିମାନବନ୍ଦରର ଆସିଷ୍ଟାଣ୍ଟ କମିସନର ଅଫ୍ କଷ୍ଟମ୍ସ ବି.ବି ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ, ଜଣେ ମହାରାଷ୍ଟ୍ରର ମହିଳା ଦୁବାଇରୁ ଭାୟା ଦିଲ୍ଲୀ ହୋଇ ଏୟାର ଇଣ୍ଡିଆ ବିମାନ ଏଆଇ-୭୭ରେ ଭୁବନେଶ୍ବର ଆସିଥିଲେ।
publive-imageସେ ତାଙ୍କ ପରିସ୍ରାଦ୍ବାର ଏବଂ ମଳଦ୍ବାର ନିକଟରେ ତିନିଟି ସୁନା କ୍ୟାପସୁଲ୍ ସମେତ ୫ଟି ସୁନା ଖଣ୍ଡକୁ ବ୍ଲାକଟେପରେ ଗୁଡ଼ାଇ ରଖିଥିଲେ। ଯାଞ୍ଚ ସମୟରେ ସୁରକ୍ଷା କର୍ମୀମାନଙ୍କ ସନ୍ଦେହ ହେବାରୁ ମହିଳା ଯାତ୍ରୀଙ୍କୁ ଗୋଟିଏ କୋଠରୀକୁ ନେଇ ଯାଞ୍ଚ କରିଥିଲେ। ତାଙ୍କଠାରୁ ୫ଟି ସୁନା ଖଣ୍ଡ ଜବତ ହୋଇଥିଲା। ଏହି ସୁନା କାହିଁକି ଆଣିଥିଲେ, କେଉଁଠିକୁ ନେଉଥିଲେ, ଭୁବନେଶ୍ବରକୁ କାହିଁକି ଆସିଥିଲେ ସେ ସଂପର୍କରେ ସେ କିଛି କହିପାରିନଥିଲେ। ତେଣୁ ତାଙ୍କୁ ଅଟକ ରଖି କଷ୍ଟମ୍ସ ବିଭାଗ ପଚରାଉଚରା କରୁଛି।
ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ୧୮ତାରିଖରେ ମହାରାଷ୍ଟ୍ରର ଜଣେ ମହିଳା ଯାତ୍ରୀଙ୍କଠାରୁ କଷ୍ଟମ୍ସ ବିଭାଗ ୯୫୯.୯୯୦ ଗ୍ରାମର ୯ଟି ସୁନାଖଣ୍ଡ ଜବତ କରିଥିଲା। ଯାହାର ବଜାର ମୂଲ୍ୟ ୩୩ଲକ୍ଷ ୧୬ହଜାର ୫୭୯ଟଙ୍କା ଥିଲା। ଏହାସହ ୧୨୨ ପ୍ୟାକେଟ୍ ଦାମୀ ସିଗାରେଟ୍ ବି ଜବତ କରିଥିଲା। ଲଗାତର ଦୁଇ ଜଣ ମହାରାଷ୍ଟ୍ରର ମହିଳାଙ୍କଠାରୁ ଚୋରା ସୁନା ଜବତ ହୋଇଥିବାରୁ ଚୋରା ସୁନା ଚାଲାଣରେ ମହରାଷ୍ଟ୍ରରେ ବଡ଼ ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe