ପାର୍ବଣ ପୂର୍ବରୁ ଶସ୍ତା ହେଲା ସୁନା : ମାସକରେ ୨ ହଜାର ଟଙ୍କା ଖସିଲା ଦର; ସେପଟେ, ରୁପା କମିଲା ୭ ହଜାର ଟଙ୍କା

Advertisment
ପାର୍ବଣ ପୂର୍ବରୁ ଶସ୍ତା ହେଲା ସୁନା : ମାସକରେ ୨ ହଜାର ଟଙ୍କା ଖସିଲା ଦର; ସେପଟେ, ରୁପା କମିଲା ୭ ହଜାର ଟଙ୍କା

କନକ ବ୍ୟୁରୋ : ପାର୍ବଣ ପୂର୍ବରୁ ଶସ୍ତା ହେଲା ସୁନା । ମାସକରେ ୨ହଜାର ଟଙ୍କା ଖସିଛି ସୁନା ଦର । କେବଳ ଚଳିତ ମାସ ୫ଦିନ ଭିତରେ ୧୧୦୦ ଟଙ୍କା ଶସ୍ତା ହୋଇଛି ସୁନା । ରାଜଧାନୀରେ ଆଜି ୨୪ କ୍ୟାରେଟ ସୁନା ଦର ୫୬ହଜାର ୮୦୦, ୨୨ କ୍ୟାରେଟର ଦର ୫୨ହଜର ୪୦୦ ଟଙ୍କା ଓ ୧୮ କ୍ୟାରେଟ ସୁନା ଦର ୪୩ହଜାର ୨୦୦ ଟଙ୍କା ରହିଛି ।

ଖାଲି ସୁନା ନୁହେଁ ରୁପା ଦର ବି କମିଛି । ମାସକ ଭିତରେ ରୁପା ଦାମ ବି ୭ହଜାର ଟଙ୍କା କମିଛି । ସେପ୍ଟେମ୍ବର ପହିଲାରେ ରୁପା ଦାମ କିଲୋଗ୍ରାମ ପିଛା ୭୭ହଜାର ଟଙ୍କା ଥିବା ଏବେ ଏହା ୭୦ହଜାର ଟଙ୍କାକୁ ଖସିଛି । କସୁନା ଦର କମିଥିବାରୁ ପାର୍ବଣ ଋତୁରେ ଭଲ ବ୍ୟବସାୟ ଆଶା କରିଛନ୍ତି ସୁନା ଦୋକାନୀ । ଗ୍ରାହକ ବି ବେଶ ଖୁସି ଅଛନ୍ତି ।

ଭୁବନେଶ୍ୱରରେ ସୁନା ଦର

୨୪ କ୍ୟାରେଟ ୫୬୮୦୦ ଟଙ୍କା
୨୨ କ୍ୟାରେଟ ୫୨୪୦୦ ଟଙ୍କା
୧୮ କ୍ୟାରେଟ ୪୩୨୦୦ ଟଙ୍କା

ରୁପା ଦର

୧୦ ଗ୍ରାମ ୬୮୦ ଟଙ୍କା

ବାଲେଶ୍ୱରରେ ସୁନା ଦର

୨୨ କ୍ୟାରେଟ ୫୩୮୦୦ ଟଙ୍କା

ରୁପା

୧୦ ଗ୍ରାମ ୭୦୦ ଟଙ୍କା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe