କନକ ବ୍ୟୁରୋ : ବାଲେଶ୍ବର ଜିଲ୍ଲାର ନୀଳଗିରି ଥାନା ଅନ୍ତର୍ଗତ ଖଡ଼ିପଦା ଗ୍ରାମରେ ଥିବା ଶନିମନ୍ଦିରରୁ ଏକ ବଡ଼ ଧରଣର ଲୁଟ୍ ହୋଇଛି । ଏଠାରେ ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ଠାକୁରଙ୍କ କେଜିଏରୁ ଅଧିକ ଓଜନର ରୁପା ମୁକୁଟ ସହ ଅନ୍ୟାନ୍ୟ ସୁନା ଅଳଙ୍କାର ଲୁଟିନେଲେ ଲୁଟେରା ।
ଗତକାଲି ସନ୍ଧ୍ୟାରେ ଆଳତି ପରେ ପୂଜକ ତାଲା ପକାଇ ଯାଇଥିଲେ । ଆଜି ସକାଳେ ପୂଜକ ମନ୍ଦିର ଖୋଲିବା ବେଳେ ତାଲା ଭଂଗାଯାଇଥିବା ଦେଖିବାକୁ ପାଇଥିଲେ । ଏହାଛଡ଼ା ଠାକୁରଙ୍କ ମୂର୍ତ୍ତିର ମୁହଁକୁ ପଛ କରିବା ସହ ମୁକୁଟ ଓ ଅଳଙ୍କାର ଲୁଟ୍ ହୋଇଥିବାର ଦେଖିବାକୁ ପାଇଲେ । ଏନେଇ ସେ ସ୍ଥାନୀୟ ବାସିନ୍ଦାଙ୍କୁ ସୂଚନା ଦେଇଥିଲେ । ଏନେଇ ନୀଳଗିରି ଥାନାରେ ପୂଜକ ଏତଲା ଦେଇଛନ୍ତି ।
Follow Us