ପ୍ରମିଳା ମଲ୍ଲିକ କଣ ଜ୍ୟୋତିଷ ନା ଭୋଟ ବାକ୍ସ ତିଆରି କରିଥିଲେ, ଯାହା କହିବେ ତାହା ହେବ । ଏଥର ବିଜେପି ଏକ ନମ୍ବର ହେବ । ପ୍ରମିଳାଙ୍କୁ କାଉଣ୍ଟର ଆଟାକ କଲେ ଗୋଲକ ।

257

କନକ ବ୍ୟୁରୋ : ପୂର୍ବ ପଞ୍ଚାୟତ ନିର୍ବାଚନରେ ବିଜେପି ତୃତୀୟରୁ ଦ୍ୱିତୀୟକୁ ଆସିଥିଲା, ଚଳିତ ନିର୍ବାଚନରେ ପ୍ରଥମକୁ ଆସିବ । କିଛି ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର । ବିଜେଡିର ଉପ-ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ କାଉଁଣ୍ଟର କରି କିଛି ଏମିତି କହିଛନ୍ତି ଗୋଲକ । ଏହାସହ ଦଳର କୌଣସି ବିଦ୍ରୋହୀ ନାହାନ୍ତି, ଯେଉଁଠି ବିଦ୍ରୋହୀ ପ୍ରାର୍ଥୀ ଛିଡା ହୋଇଥିଲେ ସେମାନଙ୍କୁ ବୁଝାଇବା ପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ବରଂ ଯେଉଁ ବିଦ୍ରୋହୀ ବା ସ୍ୱାଧୀନ ପ୍ରାର୍ଥୀ ମୈଦାନରେ ଅଛନ୍ତି ସେମାନେ ବିଜେଡିର ଆଶାୟୀ ପ୍ରାର୍ଥୀ ରହିଥିଲେ । କାରଣ ବିଜେଡି ବିଭିନ୍ନ ସ୍ଥାନରେ ଦୁଇ ଦୁଇ ଜଣଙ୍କୁ ପ୍ରାର୍ଥୀ କରିବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଜଣଙ୍କୁ ପ୍ରାର୍ଥୀ କରିବା ପରେ ଅନ୍ୟ ଜଣେ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ତେଣୁ ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ଯାହା କ୍ଷତି ହେବ ବିଜେଡିର କ୍ଷତି ହେବ ବୋଲି ଗୋଲକ କହିଛନ୍ତି ।

ଏହାସହ ଗୋଲକ କହିଛନ୍ତି ଆମ ଦଳ ଓବିସିକୁ ପ୍ରାଧାନ୍ୟ ଦେବା ସହ ପ୍ରାର୍ଥୀ କରିଛନ୍ତି । କିନ୍ତୁ ବିଜେଡି ଯେଉଁଭଳି ୪୮ ପ୍ରତିଶତ ଓବିସିଙ୍କୁ ପ୍ରାର୍ଥୀ କରିଛି ବୋଲି କହୁଛି ତାହାର ତାଲିକା ଦେଉ । ଓଡ଼ିଶାରେ ଓବିସିଙ୍କୁ ଅବହେଳିତ କରି ରଖିଛି ବିଜେଡି, ଓବିସିଙ୍କୁ ହକ୍ ଦେବା ପାଇଁ ବିଜେପି ଲଢୁଛି । ଗୋଲକ କହିଛନ୍ତି, ପ୍ରମିଳା ମଲ୍ଲିକ କଣ ଜ୍ୟୋତିଷ ନା ଭୋଟବାକ୍ସ ତିଆରି କରିଛନ୍ତି ସେ ଯାହା କହିବେ ହେବ । ପିପିଲି ଉପନିର୍ବାଚନରେ ପ୍ରମିଳା ମଲ୍ଲିକ କଣ କହିଥିଲେ, ଆଉ ହେଲା କଣ?

ଏହାପୂର୍ବରୁ ପଞ୍ଚାୟତ ନିର୍ବାଚନରେ ବିଜେଡିର ପ୍ରଦର୍ଶନକୁ ନେଇ ପ୍ରମିଳା କହିଥିଲେ, ଦଳ ଏଥର ୮୦୦ରୁ ଅଧିକ ଜିଲ୍ଲା ପରିଷଦ ଆସନରେ ବିଜୟୀ ହେବ । ଚଳିତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଅସ୍ତିତ୍ୱ ହରାଇବ । କାରଣ କଂଗ୍ରେସର ଭୋଟ ହେବ ବିଜେପି କ୍ୟାମ୍ପରେ । କଂଗ୍ରେସ ଜିତିବାର ପ୍ରଶ୍ନ ଉଠୁନାହିଁ । ଲଢେଇ ବିଜେପି-ବିଜେଡି ମଧ୍ୟରେ ହେବ । ଆଉ ବିଜେଡି ହିଁ ଏହି ଲଢେଇରେ ବାଜିମାତ୍ କରିବ । ଲୋକଙ୍କର ବିଜେଡି ପ୍ରତି ଆସ୍ଥା ଅଛି ତାହା ବରଗଡ ଅମ୍ଭାବନା ନିର୍ବାଚନରେ ବିଜେଡି ପ୍ରାର୍ଥୀ ନିଦ୍ୱନ୍ଦରେ ନିର୍ବାଚିତ ହେବା ପରେ ଜଣାପଡିଛି ।