କନକ ବ୍ୟୁରୋ : ଏନଡିଏ ବିରୋଧରେ ଲଢେଇ ପାଇଁ ଆଜି କଂଗ୍ରେସ ଅଣ ବିଜେପି ଓ ଅଣ ବିଜେଡି ଦଳକୁ ନେଇ ବୈଠକ କରିଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଗୋଲକ ମାହାପାତ୍ର । ଗୋଲକ କହିଛନ୍ତି, ଓଡ଼ିଶାରେ କଂଗ୍ରେସ ଆଗ ନିଜ ଦଳ ଭିତରର କନ୍ଦଳକୁ ବୁଝୁ, ତାକୁ ସୁଧାରୁ । କଂଗ୍ରେସ ଯେତେବେଳେ ନିଜ ଦଳର ଲୋକଙ୍କୁ ସାଙ୍ଗରେ ନେଇ କି ଯାଇ ପାରୁନି ସେ କେମିତି ଅନ୍ୟ ଦଳ ମାନଙ୍କ ସହ ମିଶି ଲଢେଇ କରିବ । ନିଜ ଭୋଟ ବ୍ୟାଙ୍କକୁ ବି ରଖି ପାରୁନି । କଂଗ୍ରେସ ଏଠି ବିଜେଡିର ସଖୀ କଣ୍ଡେଇ ହୋଇ ରହିଛି । ବିଜୁ ଜନତା ଦଳକୁ ଜିତାଇବା ପାଇଁ କଂଗ୍ରେସ ସହାୟକ ହେଉଛି ।

Advertisment

କଂଗ୍ରେସ ଆଗ ନିଷ୍ପତ୍ତି କରୁ ନିଜ ଭୋଟ ବ୍ୟାଙ୍କ ବଞ୍ଚେଇବ ନାଁ ବିଜୁ ଜନତା ଦଳକୁ ଜିତାଇବା ପାଇଁ ସହଯୋଗ କରିବ । ବିଜେପି ଭାରତ ବର୍ଷର ବିକାଶକୁ ନେଇ ଆଗକୁ ଯାଉଛି ତେଣୁ କଂଗ୍ରେସ ବିଜେପି ସହ ଲଢେଇର ଯେଉଁ ସ୍ୱପ୍ନ ଦେଖୁଛି ତାହା ଦିବା ସ୍ଵପ୍ନ ହୋଇ ରହିଯିବ କେବେ ବି ସଫଳ ହେବ ନାହିଁ ବୋଲି କହିଛନ୍ତି ଗୋଲକ ।