ମାଲଗୋଦାମରେ ‘କରୋନା’ କଟକଣା: ଭିଡକୁ ନଜରରେ ରଖି ଏଣିକି ୨ଟି ପର୍ଯ୍ୟାୟରେ ଖୋଲିବ ମାଲଗୋଦାମ; ବନ୍ଦ ରହିବ ୧୦୦ଟି ଗୋଦାମ

Advertisment
ମାଲଗୋଦାମରେ ‘କରୋନା’ କଟକଣା: ଭିଡକୁ ନଜରରେ ରଖି ଏଣିକି ୨ଟି ପର୍ଯ୍ୟାୟରେ ଖୋଲିବ ମାଲଗୋଦାମ; ବନ୍ଦ ରହିବ ୧୦୦ଟି ଗୋଦାମ

କନକ ବ୍ୟୁରୋ: ଭିଡ଼ ଯୋଗୁଁ କରୋନା ସଂକ୍ରମଣ ହେବାର ଆଶଙ୍କା ଥିବାରୁ ମାଲଗୋଦାମ ଏବେ ଦୁଇଟି ପର୍ଯ୍ୟାୟରେ ଖୋଲାଯିବ। ଖୁଚୁରା ଦୋକାନ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରଖିବେ। ହୋଲସେଲ୍ ଗୋଦାମ ଦିନ ୧୨ଟାରୁ ଗ୍ରାହକ ଆସିବା ଯାଏ ଖୋଲା ରହିବ। କେବଳ ଡାଲି, ଚାଉଳ, ଚିନି, ତେଲ, ଲୁଣ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ ନିଜ ଦୋକାନ ଖୋଲି ପାରିବେ। ଅନ୍ୟ ଦୋକାନ ଓ ଗୋଦାମଗୁଡ଼ିକ ବନ୍ଦ ରହିବ। ଏବେ ମାଲଗୋଦାମକୁ ଡାଲି ଯୋଗାଣରେ ନୂଆ ସମସ୍ୟା ଦେଖାଦେଇଛି। ରାଜ୍ୟ ବାହାର ମଣ୍ଡିରେ ଶ୍ରମିକମାନେ ଭୟରେ ଆସୁ ନଥିବାରୁ ମାଲ ଲୋଡିଂରେ ସମସ୍ୟା ଦେଖାଦେଇଛି। ତେବେ ଯେତିକି ପରିମାଣରେ ଡାଲି ମାଲଗୋଦାମରେ ଗଚ୍ଛିତ ରହିଛି, ଆଗାମୀ ୨୦ରୁ ୨୫ଦିନ ପର୍ଯ୍ୟନ୍ତ ରାଜ୍ୟ ସାରା ଯୋଗାଯାଇପାରିବ ବୋଲି କଟକ ବଣିକ ସଂଘ ପକ୍ଷରୁ ସୂଚନା ମିଳଛି।

publive-image

ସୂଚନା ଅନୁଯାୟୀ, କରୋନା ଭୟାବହତା ବ୍ୟାପିବାରେ ଲାଗିଥିବାରୁ ମାଲଗୋଦାମରେ ଗ୍ରାହକଙ୍କ ଅସମ୍ଭବ ଭିଡ଼ ସୃଷ୍ଟି ହେଲାଣି। ଏଭଳି ସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଟକ ବଣିକ ସଂଘ ପକ୍ଷରୁ ଗତକାଲି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ମାଲଗୋଦାମରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଉପରେ ଗୁରୁତ୍ବା ଦିଆଯାଇଥିଲା। ୭୦୦ ପାଖାପାଖି ଅତ୍ୟାବଶ୍ୟକ ସାମଗ୍ରୀ ବାଦ୍ ୧୦୦ ପାଖାପାଖି ଅନ୍ୟାନ୍ୟ ହୋଲସେଲର୍ ଓ ଖୁଚୁରା ଦୋକାନ ବନ୍ଦ ରହିବ। ଭିଡ଼ ନିୟନ୍ତ୍ରଣ ପାଇଁ ଆସନ୍ତା ୨୯ ତାରିଖ ପର୍ୟ୍ୟନ୍ତ ଏ ପ୍ରକାର ନିଷ୍ପତ୍ତି ଗ୍ରହଣ କରାଯାଇଛି।

publive-image

ମହରାଷ୍ଟ୍ରର ନାଗପୁର, ଛତିଶଗଡ଼ର ରାୟପୁରରୁ ମାଲଗୋଦାମକୁ ଡାଲି ଆସିଥାଏ। ସେହି ମଣ୍ଡିଗୁଡ଼ିକରେ ମାଲ୍ ଲୋଡିଂ କରିବାରେ ସମସ୍ୟା ସୃଷ୍ଟି ହେଉଛି। କରୋନା ଭୟରେ ଶ୍ରମିକମାନେ ମଣ୍ଡିକୁ ଆସୁ ନଥିବା କୁହାଯାଉଛି। ଏଭଳି ସ୍ଥିତିର ମୁକାବିଲା ପାଇଁ ବଣିକ ସଂଘ ପକ୍ଷରୁ କଟକ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଏହା ରାଜ୍ୟ ବାହାରର ପ୍ରସଂଗ ହୋଇଥିବାରୁ ଜିଲ୍ଲାପାଳ ସଚିବସ୍ତରରେ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆଜିଠାରୁ ଦୁଇଟି ପର୍ଯ୍ୟାୟରେ ବ୍ୟବସାୟ ହେବା ପାଇଁ ଯେଉଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe