ପୁରୀରୁ ଆଜିଠୁ ଗଡିବ ଟ୍ରେନ : ୪ଟି ଟ୍ରେନରେ ଯିବାକୁ ଯାତ୍ରୀଙ୍କ ବୁକିଂ, କରୋନା କଟକଣା ପାଇଁ ମାର୍ଚ୍ଚରୁ ବନ୍ଦ ଥିଲା; ୨ ଘଂଟା ପୂର୍ବରୁ ଷ୍ଟେନସରେ ପଂହଚିବେ ଯାତ୍ରୀ

362

କନକ ବ୍ୟୁରୋ : ପୁରୀରେ ଆଜିଠୁ ଗଡିବ ଟ୍ରେନ । ୪ଟି ଟ୍ରେନରେ ଯିବା ପାଇଁ ଯାତ୍ରୀମାନେ ବୁକିଂ କରିଛନ୍ତି । ମାର୍ଚ୍ଚ ମାସରେ କରୋନା କଟକଣା ଜାରି ହେବା ପରେ ପୁରୀରୁ ଟ୍ରେନ ଯାତ୍ରା ବନ୍ଦ ଥିଲା । ତେବେ କୋଭିଡ କଟକଣା ଭିତରେ ଏହି ଟ୍ରେନ ଚାଲିବ ।

ଯାତ୍ରୀମାନେ ଦୁଇଘଂଟା ପୂର୍ବରୁ ଷ୍ଟେସନରେ ପଂହଚିବେ । ଏହାଛଡା ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଆଜିଠାରୁ ଟ୍ରେନ ଚାଲିବାକୁ ଥିବାରୁ ପୁରୀ ରେଳଷ୍ଟେସନକୁ ବିଶୋଧନ କରାଯାଇଛି ।