କନକ ବ୍ୟୁରୋ : ୨୦୦୨ ଗୁଜରାଟ ଗୋଧରା ଠାରେ ସାବରମତୀ ଏକ୍ସପ୍ରେସରେ ନିଆଁ ଲଗାଇଦେଇଥିବା ୮ଜଣ ଦୋଷୀଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଆଜୀବନ ଜେଲଦଣ୍ଡରେ ଦଣ୍ଡିତ ହୋଇଥିବା ଏହି ୮ଜଣ ଦୋଷୀ ୧୭ରୁ ୨୦ ବର୍ଷ ହେବ ଜେଲରେ ରହିଥିଲେ । ଏହାସହ ସମାନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ୪ଜଣଙ୍କୁ ଜାମିନ ଦେବାକୁ କୋର୍ଟ ମନା କରିଦେଇଛନ୍ତି । ସେମାନଙ୍କୁ ତଳ କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ । ହେଲେ ତଳକୋର୍ଟ ଫାଶୀଦଣ୍ଡକୁ ବଦଳାଇ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

Advertisment

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ ଓ ଜଷ୍ଟିସ ପି ଏସ ନରସିହ୍ମାଙ୍କ ବେଞ୍ଚ ଏହି ରାୟ ଶୁଣାଇଛନ୍ତି । କୋର୍ଟଙ୍କ ତରଫରୁ କୁହାଯାଇଛି କି, ସର୍ତ୍ତ ପୂୁରଣ କରିବା ପରେ ଏମାନଙ୍କୁ ଜାମିନ୍ ପ୍ରଦାନ କରାଯାଉ । ଦୋଷୀମାନଙ୍କ ତରଫରୁ ମାମଲା ଲଢୁଥିବା ଓକିଲ ସଂଜୟ ହେଗଡେ କୋର୍ଟଙ୍କ ନିକଟରେ ଗୁହାରୀ କରିଛନ୍ତି କି ଇଦ୍ ପର୍ବକୁ ନଜରରେ ରଖି ସେମାନଙ୍କୁ ଜେଲରୁ ଛାଡ କରାଯାଉ ।

ସୂଚନା ଥାଉକି ୨୦୨୨ ଗୋଧରା ଠାରେ ସାବରମତୀ ଏକ୍ସପ୍ରେସରେ କିଛି ଉପଦ୍ରବୀ ନିଆଁ ଲଗାଇ ଦେଇଥିଲେ । ଏହି ନିଆଁରେ ପୋଡି ୫୯ଜଣଙ୍କର ମୃତ୍ୟୁ ହୋଇଥିଲା । ଗୁଜରାଟ ସରକାରଙ୍କ ତରଫରୁ ମାମଲା ଲଢୁଥିବା ସଲିସିଟର ଜେନରାଲ ତୁଷାର ମେହେଟ୍ଟା କହିଥିଲେ କି ଏହା କେବଳ ପଥର ଫିଙ୍ଗିବା ମାମଲା ନଥିଲା । ଦୋଷୀମାନେ ସାବରମତୀ ଏକ୍ସପ୍ରେସର ଏକ ବଗିକୁ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ । ଏଥିରେ ସେହି ବଗିରେ ଥିବା ସମସ୍ତ ୫୯ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଶହ ଶହ ଲୋକ ଆହତ ହୋଇଥିଲେ ।