ମହିଳାଙ୍କ କାନ୍ଧରେ ପାଲିଙ୍କିରେ ବିଦା ହେଲେ ଦେବୀ ପାର୍ବତୀ । ମହାଦେବଙ୍କୁ ବାହିନେଲେ ନେଲେ କୁନି କୁନି ପିଲା  । ବିରାଟ ଶୋଭାଯାତ୍ରାରେ ଯୁଗଳ ଦର୍ଶନ ଦେଉଛନ୍ତି ଦେବ ଦମ୍ପତ୍ତି 

178

କନକ ବ୍ୟୁରୋ: ବେଶ୍ ଧୁମଧାମରେ ସମ୍ପନ୍ନ ହୋଇଛି ଦେବ ଦମ୍ପତିଙ୍କ ବିବାହ । ବିବାହ ଶେଷରେ ଯୁଗଳ ମୂର୍ତ୍ତି ଦର୍ଶନ ପରେ କନ୍ୟା ମା’ ପାର୍ବତୀଙ୍କୁ ପାଲିଙ୍କିରେ ବିଦାୟ ଦେଇଛନ୍ତି ପରିବାର । ଆଉ ଏଥିରେ ସାମିଲ ହୋଇଛନ୍ତି ମହିଳା ମାନେ । ମହିଳାମାନେ ଏକାଠି ହୋଇ ପାଲିଙ୍କିରେ ବାହିନେଇ କନ୍ୟା ରୂପୀ ମାଆ ପାର୍ବତୀଙ୍କୁ ବିଦାୟ ଦେଇଛନ୍ତି  ।

ଶୀତଳ ଷଷ୍ଠୀ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା । ପଶ୍ଚିମ ଓଡ଼ିଶାର ବିଭିିନ୍ନ ସ୍ଥାନରେ ବେଶ୍ ଧୁମଧାମରେ ସମସ୍ତ ରୀତିନୀତିର ସହ ଦେବ ଦମ୍ପତ୍ତିିଙ୍କ ବିବାହ କରାଯାଇଛି । ବିବାହ ପରେ ବର ବେଶରେ ମହାଦେବ ଓ କନ୍ୟା ବେଶରେ ମାଆ ପାର୍ବତୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ତେବେ ସମସ୍ତ ରୀତିର ସହ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା ପରେ ପିତ୍ରାଳୟରୁ ବିଦାୟ ନେଇଛନ୍ତି କନ୍ୟା ରୂପୀ ମା’ ପାର୍ବତୀ । ବର୍ଷ ବର୍ଷର ପରମ୍ପରା ଏଠି । ବିବାହ ଶେଷରେ ମା’ପାର୍ବତୀ ବିଦାୟ ନେଲାବେଳେ ପାଲିଙ୍କି କାନେ୍ଧଇ ବାଟେଇ ଯାଆନ୍ତି ମହିଳା ମାନେ । ମହିଳା ମାନଙ୍କ ସହ କନ୍ୟା ମାତା ମଧ୍ୟ ଏଥିରେ ସାମିଲ ହେବାର ରହିଛି ପରମ୍ପରା । ବିଦାୟ କାଳୀନ ଅବସର ବେଶ ଦୁଃଖଦ ହୋଇଥିଲେ ବି ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ କନ୍ୟା ବିଦା ହୋଇଥାଏ । ସେହିଭଳି ବର ରୂପୀ ମହାଦେବଙ୍କୁ ମଧ୍ୟ ବିରାଟ ଶୋଭାଯାତ୍ରାରେ ବିଦାୟ ଦିଆଯାଇଛି ।