ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ । ଜେଲ୍ ଭିତରେ ସାଢେ ୪ କେଜି ଓଜନ କମିଥିବା ନେଇ କହିଲା ଆପ୍ ।

138

କନକ ବ୍ୟୁରୋ: ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ । କେଜ୍ରିୱାଲଙ୍କ ସ୍ୱାସ୍ଥ୍ର୍ୟରେ ଅବନତି ଘଟିଛି । ତାଙ୍କର ଓଜନ ସାଢେ ୪ କେଜି କମିଥିବା ନେଇ ଆପ୍ କହିଛି । ଦିଲ୍ଲୀ ମନ୍ତ୍ରୀ ଅତିଶୀ ଏନେଇ ଆଜି ସୂଚନା ଦେଇ କହିଛନ୍ତି, କେଜ୍ରିୱାଲ ମଧୁମେୟ ରୋଗରେ ପୀଡ଼ିତ ଅଛନ୍ତି । ସେ ଗିରଫ ହେବା ପରଠୁ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବାରେ ଲାଗିଛି । ବିଜେପି ତାଙ୍କ ସ୍ୱାସ୍ଥ୍ୟକୁ ବିପଦରେ ପକାଇ ଦେଇଥିବା ଅଭିଯୋଗ କରିଛନ୍ତି ଅତିଶୀ ।

ତେବେ ଯଦି କେଜ୍ରିୱାଲଙ୍କ କିଛି ଘଟେ କେବଳ ଦେଶ ନୁହେଁ ଭଗବାନ ମଧ୍ୟ ସେମାନଙ୍କୁ କ୍ଷମା କରିବେ ନାହିଁ ବୋଲି କହିଛନ୍ତି ଆପ ନେତ୍ରୀ । ସେପଟେ ତିହାର ଜେଲ କର୍ତ୍ତୃପକ୍ଷ କହିଛନ୍ତି, ଜେଲରେ ଦୁଇ ଦିନ ରହିବା ଭିତରେ କେଜ୍ରିୱାଲଙ୍କ ଓଜନ କମିନାହିଁ । ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି । ଖାଲି ସେତିକି ନୁହେଁ, ତିହାର ଜେଲ ଭିତରେ କେଜ୍ରିୱାଲଙ୍କୁ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି କିଛି ଗ୍ୟାଙ୍ଗଷ୍ଟର । ଗିରଫ ହୋଇ ଜେଲରେ ଥିବା କିଛି ବଡ଼ ଅପରାଧ କେଜ୍ରିୱାଲଙ୍କୁ ଆକ୍ରମଣ କରି ପରିଚିତ ହେବାକୁ ଯୋଜନା କରୁଥିବା ସୂଚନା ମିଳିଛି । ଯେଉଁଥିପାଇଁ କେଜ୍ରିୱାଲଙ୍କୁ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରାଯାଇଛି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ ୨୧ ତାରିଖରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି ।