କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଉତ୍ସବମୁଖର । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦେଶର ବିଭିନ୍ନ ସାଧୁ ସନ୍ଥ ତଥା କରସେବକୁ ନିମନ୍ତ୍ରଣପତ୍ର ପଠାଯାଉଛି । ଏହି କ୍ରମରେ ଓଡିଶାର ଜୟପୁରରେ ରହୁଥିବା ବଜରଙ୍ଗୀ ଭାଇଙ୍କୁ ମଧ୍ୟ ଏହି ପବିତ୍ର ଉତ୍ସବରେ ଯୋଗ ଦେବାକୁ ରାମ ମନ୍ଦିର କମିଟି ତରଫରୁ ନିମନ୍ତ୍ରଣପତ୍ର ଆସିଛି । ଏହି ନିମନ୍ତ୍ରଣପତ୍ର ପାଇବା ପରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ନେଇ ସମ୍ମତି ପ୍ରକାଶ କରିଛନ୍ତି ସନାତନ ସନ୍ଥ ବଜରଙ୍ଗୀ ବାବୁ । ପ୍ରଭୁ ରାମଙ୍କର ଜଣେ ଭକ୍ତ ଭାବେ ବେଶ ପରିଚିତ ଜୟପୁରରୁ ବଜରଙ୍ଗୀ ବାବୁ । ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଆନ୍ଦୋଳନରେ ଜଣେ ସକ୍ରିୟ ସଦସ୍ୟ ରହିଛନ୍ତି ବଜରଙ୍ଗୀ ।

Advertisment