ସ୍କୁଲରେ ପାଠ ପଢୁଛନ୍ତି ଭଗବାନ୍ । ଛାତ୍ରଛାତ୍ରୀଙ୍କ ଗହଣରେ ଛୋଟ କାହ୍ନା

320

କନକ ବ୍ୟୁରୋ: ସ୍କୁଲରେ ପାଠ ପଢୁଛନ୍ତି ଭଗବାନ୍ । ଖବରଟି ଅଡୁଆ ଲାଗୁଥାଇପାରେ । ହେଲେ ଏହା ସତ । ବୃନ୍ଦାବନ ଚୈତନ୍ୟ ବିହାରର ଥିବା ସନ୍ଦିପନୀ ମୁନୀ ସ୍କୁଲରେ ଏ ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଛି । ରାଜଧାନୀ ଦିଲ୍ଲୀରେ ୬୫ ବର୍ଷୀୟା ରାମଗୋପାଳଙ୍କ ଘର । ତାଙ୍କ ପରିବାର ବୋଲି କହିଲେ ସ୍ତ୍ରୀ ଗୋଟିଏ ଝିଅ ଓ ଗୋଟିଏ ପୁଅ । ରାମଗୋପାଳ ପାରିବାରିକ ଜଞ୍ଜାଳରୁ ମୁକ୍ତ ହୋଇସାରି ଭଗବାନଙ୍କ ପ୍ରେମରେ ପଡିଯାଇଛନ୍ତି । ଭଗବାନ୍ ବାଳଗୋପାଳଙ୍କୁ ନେଇ ତାଙ୍କ ମନରେ ଅଗାଧ ଶ୍ରଦ୍ଧା, ଓ ଭଲପାଇବା । ସେଥିପାଇଁ ତ ସେ ଭଗବାନଙ୍କୁ ନିଜ ଦ୍ୱିତୀୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ।

୭ ବର୍ଷ ପୂର୍ବେ ରାମଗୋପାଳ ସ୍ତ୍ରୀଙ୍କ ସହ ବୃନ୍ଦାବନ ଯାଇଥିଲେ । ସେଠାରୁ ସେ ପ୍ରଭୁ ବାଳଗୋପାଳଙ୍କ ମୂର୍ତ୍ତି କିଣି ଆଣିଥିଲେ । ମୂର୍ତ୍ତିକୁ ଘରେ ରଖି ସେ ନିଜ ପିଲା ଭଳି ଲାଳନପାଳନ କରୁଥିଲେ । ବାଳଗୋପାଳଙ୍କୁ ଦ୍ୱିତୀୟ ସନ୍ତାନ ଭାବେ ଗ୍ରହଣ କରିଥିବା ରାମଗୋପାଳ ।ଠାକୁରଙ୍କୁ ସନ୍ତାନ ଭାବ ଗ୍ରହଣ କରିବା ପରେ ତାଙ୍କୁ ସ୍କୁଲରେ ପାଠ ପଢାଇବା କଥା ଭାବିଥିଲେ । ଯାହାପରେ ସେ ବୃନ୍ଦାବନ ସ୍ଥିତ ସନ୍ଦିପନୀ ସ୍କୁଲରେ ତାଙ୍କ ନାଁ ଲେଖିବାକୁ ପହଞ୍ଚିଥିଲେ । ସ୍କୁଲରେ ବାଳଗୋପାଳଙ୍କ ଆଡମିସନ୍ କରିବା ପାଇଁ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମନା କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବାଳ ଗୋପଳଙ୍କ ଜନ୍ମ ପ୍ରମାଣ ପତ୍ର ସାଙ୍ଗକୁ ଆଧାରକାର୍ଡ ଆଣିବା ପରେ ସ୍କୁଲରେ ନାମ ଲେଖାହୋଇ ପାରିବ ବୋଲି ସେ କହିଥିଲେ ।

ପ୍ରଧାନଶିକ୍ଷୟିତ୍ରୀଙ୍କ କଥା ଶୁଣିବା ପରେ ରାମଗୋପଳ ନିରାଶ ହୋଇଯାଇଥିଲେ । ଏ ଭିତରେ ସ୍କୁଲର ସଂସ୍ଥାପକ ରୂପା ରଘୁନାଥ ବାଳଗୋପାଳଙ୍କୁ ସ୍କୁଲ ଆସି ପାଠ ପଢିବାକୁ ଅନୁମତି ଦେଇଥିଲେ । ଏବେ ରାମଗୋପାଳ ବାଳଗୋପଳଙ୍କୁ ପ୍ରତିଦିନ ସ୍କୁଲକୁ ନେବା ଆଣିବା କରୁଛନ୍ତି । ଖାଲି ସେତିକି ନୁହେଁ କ୍ଲାସ ଶେଷ ହେବା ଯାଏଁ ସେ ବାହାରେ ଜଗି ରହୁଛନ୍ତି । ସବୁଠାରୁ ମଜା ଥା ହେଉଛି ଅନ୍ୟ ପିଲାଙ୍କ ଭଳି ବାଳଗୋପଳ ୟୁନିଫର୍ମ ପିନ୍ଧିବା ସହ ବିଦ୍ୟାଳୟକୁ ପାଣି ବୋତଲ ଓ ଟିଫିନ୍ ଆଣି ଆସୁଛନ୍ତି ।