କନକ ବ୍ୟୁରୋ : ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଜାରି ରହିବ । ୨୦୧୮ରେ ସୁପ୍ରିମକୋର୍ଟ ମହିଳାଙ୍କ ପ୍ରବେଶ ନେଇ ଦେଇଥିବା ରାୟକୁ କାଏମ ରଖିଛନ୍ତି । ମାମଲାର ଶୁଣାଣି କରି ଏହାକୁ ଏକ ବୃହତର ବେଂଚକୁ ସ୍ଥାନାନ୍ତର କରିଛନ୍ତି । ତେବେ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ସ୍ୱାଗତ ଜଣାଇଛନ୍ତି ସାବରୀମାଳା ମନ୍ଦିରର ମୁଖ୍ୟ ପୁରୋହିତ ।
ସାବରିମାଳା ମନ୍ଦିରର ମୁଖ୍ୟ ପୁରୋହିତ ବା ତନ୍ତ୍ରୀ ରାଜୀବରୁ କନ୍ଦାରାଉ କହିଛନ୍ତି ଯେ ଠାକୁରେ କୋଟି କୋଟି ବିଶ୍ୱାସୀଙ୍କର ପ୍ରାର୍ଥନା ଶୁଣିଲେ ।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ପାଞ୍ଚଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ମଧ୍ୟରୁ ବିଚାରପତି ରୋହିଙ୍ଗ୍ଟନ୍ ଫଲି ନରିମାନ ଏବଂ ବିଚାରପତି ଚନ୍ଦ୍ରଚୂଡ଼ ପୂର୍ବ ରାୟର ବିରୁଦ୍ଧାଚରଣ କରି ମତ ଦେବାରୁ ସୁପ୍ରିମ୍ କୋର୍ଟ ଏହି ରିଭ୍ୟୁ ପିଟିସନ୍ଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ଖଣ୍ଡପୀଠକୁ ରେଫର୍ କରିଛନ୍ତି । ମସ୍ଜିଦ୍ ମଧ୍ୟକୁ ମହିଳାଙ୍କ ପ୍ରବେଶ, ଅଗ୍ନି ମନ୍ଦିର ମଧ୍ୟକୁ ବିବାହିତା ପାର୍ସି ମହିଳାଙ୍କ ପ୍ରବେଶ ଏବଂ ଦାଉଦି ବୋହରା ସମ୍ପ୍ରଦାୟରେ ନାରୀ ପ୍ରଜନନାଙ୍ଗ ବିଖଣ୍ଡନ ପ୍ରଭୃତି ମାମଲାଗୁଡ଼ିକର ରାୟ ଶୁଣାଇବାକୁ ସୁପ୍ରିମକୋର୍ଟ ବୃହତ୍ତର ଖଣ୍ଡପୀଠକୁ କହିଛନ୍ତି ।