କନକ ବ୍ୟୁରୋ : ମୃତ ଶରୀରରେ ଅତ୍ୟଧୀକ ଲୁଣ ଦେଲେ ଶରୀର ଶୀଘ୍ର ନଷ୍ଟ ହୋଇଯାଇ । ଏକଥା ଗୋବିନ୍ଦକୁ ଭଲଭାବେ ଜଣାଥିଲା । ସେଥିପାଇଁ ମମିତାକୁ ହତ୍ୟା କରିବା ପରେ ମୃତ ଶରୀର ଯେପରି ଶୀଘ୍ର ନଷ୍ଟ ହୋଇଯିବ ସେଥିପାଇଁ ଅତ୍ୟଧିକ ଲୁଣର ବ୍ୟବହାର କରିଥିଲା ଗୋବିନ୍ଦ ।
ମମିତାଙ୍କୁ ହତ୍ୟା ପାଇଁ ପୂର୍ବରୁ ବ୍ଲୁପ୍ରିଣ୍ଟ ହୋଇଥିଲା । ପ୍ରଥମେ ଗାତ ଖୋଳାଗଲା, କାରରେ ହତ୍ୟା କରାଗଲା, ମୃତ ଦେହକୁ ଗାତରେ ପକାଇ ପ୍ଲାଏ ଏବଂ ଟାୟାରେ ଜଳାଗଲା, ମୃତ ଶରୀରକୁ ଶୀଘ୍ର ନଷ୍ଟ କରିବା ପାଇଁ ପ୍ରଚୁର ପରିମାଣରେ ଲୁଣ ଦିଆଗଲା, ପରଦିନ ଜେସିବି ଡ୍ରାଇଭରକୁ କହି ଗାତକୁ ପୋତି ଦିଆଗଲା । ଏହି ଘଟଣା ଉପରେ ଯଦି ବିସ୍ତୃତ ଭାବେ ନଜର ପକାଯାଏ ତେବେ ଏହା କୌଣସି ପ୍ରି-ପ୍ଲାନ୍ ମର୍ଡରଠୁ ବି କମ୍ ନୁହେଁ ।
ଆମେ ସିନେମାରେ କିମ୍ବା କ୍ରାଇମ-ପେଟ୍ରୋଲରେ ଏହିପରି ଘଟଣା ଦେଖିଛେ । କିପରି ଜଣେ ବ୍ୟକ୍ତି ପ୍ଲାନ୍ କରି ହତ୍ୟା କରାଯାଏ । ଏବଂ ପରେ ପ୍ରମାଣ ନଷ୍ଟ କରିବା ପାଇଁ ଯୋଜନା କରାଯାଏ । ଏଠି ମଧ୍ୟ ଠିକ୍ ସେହିଭଳି ଘଟଣା ଦେଖିବାକୁ ମିଳିଛି । ଗୋବିନ୍ଦ ସାହୁ ମମିତାକୁ ହତ୍ୟା କରିବା ପାଇଁ ପୂର୍ବରୁ ପ୍ରି-ପ୍ଲାନ୍ କରିଥିଲା । ଫୋନ୍ କରି ଘରୁ ଡାକିଥିଲା । ଭବନିପାଟଣାରୁ ଫେରିବ ରାସ୍ତାରେ କାରରେ ମମିତାଙ୍କୁ ହତ୍ୟା କରିଥିଲା । ଆଉ ଏହା ପରେ ପୂର୍ବରୁ ରଚିଥିବା ଷଡଯନ୍ତ୍ର ଅନୁଯାୟୀ ଗୋଟିଏ ପରେ ଗୋଟିଏ ପ୍ରମାଣ ନଷ୍ଟ କରିବା ପାଇଁ ଯୋଜନା କରିଥିଲା । କିନ୍ତୁ ଏବେ ଗୋବିନ୍ଦର ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଛି । ପୋଲିସର ପଚାରାଉଚରା ସମୟରେ ସତକୁ ସ୍ୱୀକାର କରିଛି ।
କାରରେ ହତ୍ୟା... ପ୍ଲାଏ ଏବଂ ଟାୟାରରେ ଜଳାଗଲା... ମୃତ ଶରୀର ନଷ୍ଟ ପାଇଁ ପ୍ରଚୁର ଲୁଣ ପଡିଥିଲା । ଗୋବିନ୍ଦ କଳା କାରନାମାର ପର୍ଦ୍ଦାଫାସ
/kanak/media/post_attachments/wp-content/uploads/2021/10/22-23.jpg)