କନକ ବ୍ୟୁରୋ: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାର, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ହେବ ହସ୍ତାକ୍ଷର ଯାଂଚ । ଏଥିପାଇଁ ବଙ୍ଗମୁଣ୍ଡା ଜେଏମଏଫସି କୋର୍ଟରେ ଆବେଦନ କରିଛି ପୋଲିସ । ୨ ରୁ ୩ଦିନ ମଧ୍ୟରେ ଏହି ଆବେଦନର ଶୁଣାଣି କରିପାରନ୍ତି କୋର୍ଟ । ହସ୍ତାକ୍ଷର ଯାଂଚ ପାଇଁ ଗୋବିନ୍ଦକୁ ମାଜିଷ୍ଟ୍ରେଟ ସାମନାରେ ହାଜର ହେବାକୁ ପଡିପାରେ ।
ତେବେ ଗୋବିନ୍ଦର ହସ୍ତାକ୍ଷର ଯାଂଚ ଆବେଦନକୁ ବିରୋଧ କରିଛନ୍ତି ତାଙ୍କ ଓକିଲ । ଗୋବିନ୍ଦ ସାହୁକୁ ଏବେ ଭର୍ଚୁଆଲ ମୋଡରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଉଛି । କିନ୍ତୁ ହସ୍ତାକ୍ଷର ଯାଂଚ ପାଇଁ ଗୋବିନ୍ଦ ସାହୁକୁ ସିଧାସଳଖ ହାଜର କରିବାକୁ ପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/odisha-murder-teacher-principal-163465544316x9-1.jpg)