କନକ ବ୍ୟୁରୋ : ଦିନରେ ଛେଳି ବେପାରୀ , ରାତିରେ ଚୋରି । ଗାଁରେ କଳାକନା ବୁଲାଇ ଦେଇଛନ୍ତି ଚୋର । ଏକାଠି ହୋଇ ଚୋରି କରିବା ସହ ଟଙ୍କା ଓ ସୁନା ଗହଣା ଧରି ଫେରାର ହୋଇଯାଇଛନ୍ତି । ଜଣକୁ କାବୁ କରି ପୁଲିସ ଜିମା ଦେଇଛନ୍ତି ଗାଁର ଲୋକେ । କଟକ ନିଆଳି ଥାନା ତାମ୍ପଦା ଗାଁରେ କିଛି ଲୋକ ଗାଁରେ ଛେଳି ବିକ୍ରିି କରିବାକୁ ଆସୁଥିଲେ । ତେବେ ଦିନରେ ଛେଳି ବେପାର କରିବାକୁ ଆସି ଏହି ତିନି ଜଣ ରାତିରେ ଯୋଜନାବଦ୍ଧ ଭାବେ ଲୁଟପାଟ କରୁଥିଲେ । ଗରମ ଗୁଳୁଗୁଳି ଯୋଗୁ ଜଣେ ବ୍ୟକ୍ତି ପରିବାର ସହ ଛାତ ଉପରେ ଥିଲେ । ଏହି ସମୟର ସୁଯୋଗ ନେଇ ଚୋର ମାନେ ଘରେ ପଶି ଚୋରି କରିଥିଲେ । ଘରେ କଳାକନା ବୁଲାଇ ୨ଲକ୍ଷ ଟଙ୍କର ସୁନା ଗହଣା ଲୁଟି ନେଇଛନ୍ତି । ସେହିଭଳି ଗାଁର ଆଉ ଜଣଙ୍କ ଘରୁ ମଧ୍ୟ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଘର ଗ୍ରୀଲ ତାଡି ଚୋରି କରୁଥିବା ବେଳେ ଘର ଲୋକ ଉଠିଯାଇଥିଲେ । ଚୋର ମାନେ ଖସି ପଳାଇଯାଉଥିବା ବେଳେ ଜଣେ ଚୋରକୁ ଧରିବାରେ ସକ୍ଷମ ହୋଇଥିିଲେ । ଅନ୍ୟ ଦୁଇ ଲୁଟେରା ଖସି ପଳାଇଯାଇଥିଲେ । ଧରାପଡିଥିବା ଚୋରକୁ ପୁଲିସ ଜିମାରେ ଦେଇଛନ୍ତି ଲୋକେ । ଘଟଣାସ୍ଥଳରେ ପୁଲିସ ପହଂଚି ଅଧିକ ଛାନ୍ ଭିନ୍ ଜାରି ରଖିଛି ।