କନକ ବ୍ୟୁରୋ : କଥାରେ ଅଛି ମାଛ ଖାଇବ ଇଲିସ, ଚାକିରୀ କରିବ ପୁଲିସ । ଲୋକେ ପୁଲିସ ବାବୁଙ୍କୁ ଅଲଗା ସମ୍ମାନ ଦେଉଥିବାବେଳେ ଭୟ ମଧ୍ୟ କରିଥାନ୍ତି ।  ପୁଲିସରେ ଭର୍ତି ହେବା ପାଇଁ ଯୁବପିଢ଼ିମାନେ ଅନେକ କସରତ ମଧ୍ୟ କରିଥାନ୍ତି । କିନ୍ତୁ ଏମିତି ଜଣେ ବ୍ୟକ୍ତି ରହିଛନ୍ତି, ଯିଏକି ପୁଲି ଚାକିରୀ ଛାଡ଼ି ଛେଳି ଚାଷ କରିଛନ୍ତି । ଆଉ ଆଜି ମାସକୁ ଲକ୍ଷେ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି ।

Advertisment

ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ତାମିଲନାଡ଼ୁର ଥାନଜାଭୁର ଜିଲ୍ଲା କୁରୁବାଦିପଟୀ ଗାଁର ସତୀଶ । ଯିଏକି, ୨୦୦୯ ମସିହାରେ ତାମିଲନାଡ଼ୁ ପୁଲିସରେ ଯୋଗ ଦେଇଥିଲେ । କିନ୍ତୁ ସେ ଚାକିରୀ ଛାଡ଼ି ଛେଳି ଚାଷ ଆରମ୍ଭ କରିଥିଲେ ।  ପ୍ରଥମେ ନିଜ ପରିବାର ଲୋକଙ୍କ ମଧ୍ୟ ଚାକିରୀ ଛାଡ଼ିବା ସମ୍ପର୍କରେ ଜଣାଇନଥିଲେ । କାହିଁକି ନାଁ ସରକାରୀ ଚାକିରୀର ମହତ୍ୱ କଣ ତାହା ପରିବାର ଲୋକେ ବେଶ ଭଲଭାବେ ବୁଝିଛନ୍ତି । ଏଣୁ ସେ ନିଜ ପିତାମାତାଙ୍କୁ ଜଣାଇଥିଲେ କି, ଛୁଟିରେ ଅଛନ୍ତି । ଆଉ ଯେତେବେଳେ ସମ୍ପର୍କୀୟମାନେ ଜାଣିଲେ ତାଙ୍କୁ ଅନେକ କଥା ମଧ୍ୟ କହିଥିଲେ । କିନ୍ତୁ ଏସବୁକୁ ଖାତିର ନକରି ନିଜର ଲକ୍ଷ ପଥରେ ଲାଗି ପଡ଼ିଥିଲେ ସତିଶ ।

ପ୍ରଥମେ ନିଜର ୩ ଏକର ଜମିରେ ୧୫୦ ଛେଳି ଚାଷ କରିବା ଆରମ୍ଭ କରିଥିଲେ ।  ଗୋଟିଏ ଏକର ଜମିରେ ଛେଳି ପାଳିଥିଲେ ଆଉ ବାକି ୨ ,କର ଜମିରେ ଛେଳିଙ୍କ ଖାଦ୍ୟ ପାଇଁ ଚାରା ଲଗାଇଥିଲେ । ମାତ୍ର ସେ ପାଳିଥିବା ଛେଳିଙ୍କ ହିସାବରେ ଅଧିକ ଖାଦ୍ୟା ଉତ୍ପାଦନ ହେଉଥିଲା । ଯାହାକୁ ସେ ଅନ୍ୟ ଛେଳିଚାଷୀଙ୍କୁ ବିକ୍ରି କରି ଭଲ ରୋଜଗାର କରିଥିଲେ ।  ପରବର୍ତୀ ସମୟରେ ଛେଳିଙ୍କ ସଂଖ୍ୟା ବଢ଼ିବା ସହ ମାସିକ ଲକ୍ଷେ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି । ମହେନ୍ଦ୍ର ସିଂହ ଧୋନୀଙ୍କ ଜଣେ ବଡ଼ ପ୍ରଶଂସକ ହେଉଛନ୍ତି ସତିଶ । ଏବେ ଏକ ଫିଟନେଓ ସେଂଟର ମଧ୍ୟ ଖୋଲିବା ସହ ଭଲ ରୋଜଗାର କରୁଛନ୍ତି । ଅନ୍ୟପଟେ ସତିଶଙ୍କ ସ୍ତ୍ରୀ ଏବେ ପୁଲିସ ବିଭାଗରେ କାର୍ଯ୍ୟରତ ଅଛନ୍ତି । ସତିଶ କୁହନ୍ତି କି, ପୁଲିସ ବିଭାଗରେ କାମ କରିବା ତାଙ୍କର ପିଲାଦିନର ଏକ ସ୍ୱପ୍ନଥିଲା । ଏଣୁ ସେ ଭର୍ତି ହୋଇଥିଲେ ।

ପରବର୍ତୀ ସମୟରେ ତାଙ୍କୁ ଭଲ ଲାଗିନଥିଲା । ଆଉ କିଛି ନୂଆ କରି ଦେଖାଇବାର ସ୍ୱପ୍ନ ଦେଖିଥିଲେ । ତାମିଲନାଡ଼ୁ ପଶୁପାଳକଙ୍କ ମଧ୍ୟରେ ଏବେ ସତୀଶଙ୍କ ନାମ ମଧ୍ୟ ଆସୁଛି ।  ତାମିଲନାଡ଼ୁର ସବୁଠୁ ବଡ଼ ଫିଟନେଓ ସେଂଧ୍ର ମାଲିକ ସତୀଶଙ୍କ ଆଗାମୀଦିନରେ ଅନେକ ସ୍ୱପ୍ନ ମଧ୍ୟ ରହିଥିବା କହିଛନ୍ତି । ସେ ସକାଳ ୫ଟାରୁ ଉଠୁଥିବାବେଳେ ଜିମରୁ ଜମିରେ ଯାଇ ପହଚିଥାନ୍ତି । ନିଷ୍ଠାର ସହ କାର୍ଯ୍ୟ କରିବା ସହ କଠୋର ପରିଶ୍ରମ ଜାରି ରଖିଛନ୍ତି । ଆଗାମୀ ୨୦୨୭ ସୁଦ୍ଧା ସେ ତାଙ୍କର ସବୁ ଲକ୍ଷ୍ୟ ହାସଲ କରିବା ପାଇଁ ଆଶା ରଖିଥିବା କହିଛନ୍ତି ।