କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ସାଆବା ପଞ୍ଚାୟତର ଉପାନ୍ତ ଗାଁ ବରପଲ୍ଲି । ଗାଁରେ ମାତ୍ର ୩୦ଟି ପରିବାର ବାସକରନ୍ତି । ଆଉ ଏହି ଗାଁର ୧୨ ଜଣ ମହିଳା ଏକାଠି ହୋଇ ଗଠନ କରିଛନ୍ତି ମା’ ଗ୍ରାମ ଦେବତୀ ସ୍ୱଂୟ ସହାୟକ ଗୋଷ୍ଠି । ପ୍ରଥମେ କିଛି କିଛି ଅର୍ଥ ସଞ୍ଚୟ କରି ଓ ସରକାରଙ୍କ ଠାରୁ ୧ ଲକ୍ଷ ୧୫ ହଜାର ଆର୍ଥିକ ସହଯୋଗରେ ଆରମ୍ଭ କରିଛନ୍ତି ଛେଳି ଚାଷ । ନିଜ ଖର୍ତ୍ତରେ ଗୋଟିଏ ଗୁହାଳ କରି ବିଭିନ୍ନ କିସମର ଛେଳି ପାଳନ କରୁଛନ୍ତି । ଆଉ ଏହି ଛେଳି ଚାଷ ସେମାନଙ୍କୁ ରୋଜଗାରର ନୂଆ ରାହା ଦେଇଥିବା କହିଛନ୍ତି ଦଳର ମହିଳା ।

Advertisment

ଧରାକୋଟ ପ୍ରାଣୀ ସମ୍ପଦ ବିଭାଗ ଓ ମିଶନ ଶକ୍ତି ସହାୟତାରେ ଛେଳି ଏହି ଫାର୍ମ ପ୍ରତିଷ୍ଠା କରିଛନ୍ତି ଏସଏଚଜି ମହିଳା । ଆଗକୁ ଅଧିକ ଛେଳି ପାଳନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ପ୍ରତି ଦିନ ନିଜ ଘର କାମ ସାରିବା ପରେ ମହିଳାମାନେ ଛେଳି ଚରାଇବାକୁ ନେବା ସହ ଅନ୍ୟାନ୍ୟ ଯତ୍ନ ନେଇଥାଆନ୍ତି ।

ମାତ୍ର ୩୦ଟି ଛେଳି ରହିବା ଭଳି କ୍ଷମତା ଥିବା ଏହି ଗୁହାଳରେ ଅଧିକ ଛେଳି ସଂଖ୍ୟା ପାଇଁ ସମସ୍ୟା ସୃଷ୍ଟି ହେଉଥିବା ସେମାନେ କହିଛନ୍ତି । ସେହିପରି ବର୍ଷା ଦିନରେ ପାହାଡ ପର୍ବତକୁ ଛେଳି ଚରାଇବାକୁ ନେବାରେ ସମସ୍ୟା ହେଉଥିବା ସେମାନେ ଅଭିଯୋଗ କରିଛନ୍ତି ।