ଋଣ ସୁଝିଦେଲା ଛେଳି : ମୃତ ମାଲିକାଣୀଙ୍କ ହତ୍ୟାକାରୀକୁ ଖୋଜି ଖୋଜି ନୟାନ୍ତ ହୋଇଥିଲା ପୁଲିସ୍ , ଅଭିଯୁକ୍ତକୁ ପୁଲିସ୍ ହାତରେ ଧରାଇଲା ଛେଳି

4,543

କନକ ବ୍ୟୁରୋ : ହତ୍ୟାକାରୀକୁ ଧରାଇ ଦେଲା ଛେଳି । ଅପରାଧୀକୁ ଖୋଜି ଖୋଜି ନୟାନ୍ତ ହୋଇଥିଲା ପୋଲିସ । କିନ୍ତୁ ଶେଷରେ ଗୋଟିଏ ଛେଳି ହିଁ ପ୍ରକୃତ ଅପରାଧୀକୁ ପୋଲିସକୁ ଧରାଇ ଦେଇଛି । ହୁଏତ ଏହି ଘଟଣା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ଓ ଚକିତ ହୋଇଯାଇଥିବେ । ସାଧାରଣତଃ ଆପଣ ଚିନ୍ତା କରୁଥିବେ କି ଯେଉଁଠି ହତ୍ୟାକାରୀକୁ ଏ ପର୍ଯ୍ୟନ୍ତ ପୋଲିସ ଧରିବାରେ ସକ୍ଷମ ହୋଇନଥିଲା ସେଠି ସାମାନ୍ୟ ଛେଳି କେମିତି ଅପରାଧୀକୁ ଧରାଇ ଦେଲା? ଘଟଣା ସମ୍ପର୍କରେ ପୂରା ତଥ୍ୟ ଜାଣିବା ପରେ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ ।
ଉତରପ୍ରଦେଶରେ ଗତ କିଛି ଦିନ ତଳେ ଏକ ବିଭତ୍ସ ହତ୍ୟାକାଣ୍ଡ ହୋଇଥିଲା । ରାଜ୍ୟର ହମିରପୁର ଜିଲ୍ଲା ନିକଟରେ ଜଣେ ୬୦ ବର୍ଷ ବସସ୍କା ମହିଳାଙ୍କୁ ଘର ଭିତରେ ଅତି ନୃସଂଶ ଭାବରେ ହତ୍ୟାକରାଯାଇଥିବା ନେଇ ଥାନାରେ ମାମଲା ଦାୟର ହୋଇଥିଲା । ହତ୍ୟାକାଣ୍ଡର ରହସ୍ୟ ଓ ପୂରା ଘଟଣା ଉପରୁ ପରଦା ଉଠାଇବାକୁ ପୋଲିସ ନିରନ୍ତର ଭାବରେ କାର୍ଯ୍ୟ କରୁଥିଲା ।

ଛେଳି ଧରାଇଲା ହତ୍ୟାକାରୀ

ପୋଲିସ ହାରିଲା, ଛେଳି ଜିତିଲା

ଛେଳି ପୋଷିଥିଲେ, ନ୍ୟାୟ ପାଇଲେ

କିନ୍ତୁ କୌଣସି ଲାଭ ହୋଇନଥିଲା କାରଣ ତଦନ୍ତ ହେଉଥିଲା ସତ କିନ୍ତୁ ଅପରାଧୀ ଧରାପଡିନଥିଲା । କିନ୍ତୁ ଏତେ ଦିନ ପୋଲିସ ଯେଉଁ କାମ କରି ଅସଫଳ ହେଲା ସେହି କାମ ଗୋଟିଏ ସାଧାରଣ ଛେଳି କରିଦେଲା । ହତ୍ୟାକାରୀକୁ ପୋଲିସ ହାତରେ ଧରା ପକାଇ ଦେଲା ଛେଳି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ମହିଳାଙ୍କର ହତ୍ୟା ହେବା ଦିନଠାରୁ ହିଁ ତାଙ୍କର ପୋଷା ଛେଳି ମଧ୍ୟ ନିଖୋଜ ଥିଲା । ତେବେ ତଦନ୍ତ କରି ପୋଲିସ ଛେଳିକୁ ଉଦ୍ଧାର କରିଥିଲା । ତେବେ ପୋଲିସ ଜାଣିବାକୁ ପାଇଛି ଯେ, ମହିଳାଙ୍କ ପ୍ରକୃତ ହତ୍ୟାକରୀ ତାଙ୍କ ନିଜ ଜ୍ୱାଇଁ । ମଦ୍ୟପାନ କରୁଥିବା ଜ୍ୱାଇଁ ମଦ ପିଇବା ପାଇଁ ଶାଶୂଙ୍କୁ ଟଙ୍କା ମାଗିଥିଲା କିନ୍ତୁ ତାଙ୍କୁ ଟଙ୍କା ଦେଇନଥିଲେ । ଟଙ୍କା ନମିଳିବାରୁ ରାଗିଯାଇ ତାଙ୍କ ବେକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ହତ୍ୟା କରିଥିଲା ।

କିନ୍ତୁ ପୋଲିସକୁ ବିଭ୍ରାନ୍ତ କରିବା ଲାଗି ଓଲଟି ଛେଳି ଚୋରି ମାମଲା ଥାନାରେ ଗୁଜୁ କରିଥିଲେ । ହେଲେ ଘଟଣା ଉପରୁ ପରଦା ଉଠିବା ପରେ ପୋଲିସ ଆଗରେ ସତ ଓଗାଳି ଦେଇଛନ୍ତି ଜ୍ୱାଇଁ, କହିଛନ୍ତି ହତ୍ୟା କରିବା ପରେ ଛେଳିକୁ ସେ ନିଜେ ହିଁ ଅଦୃଶ୍ୟ କରିଦେଇଛନ୍ତି । କିନ୍ତୁ ହତ୍ୟା କରିବା ପରେ ଛେଳି ଚୋରି ମିଥ୍ୟା ଅଭିଯୋଗ କରିବା କଥାରେ ସେ ନିଜେ ହିଁ ଫସିଗଲେ । ତେଣୁ ଛେଳି ହତ୍ୟାକରୀକୁ ଧରାଇ ଦେଇଥିବା କଥା ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା ଜୋର ଧରିଛି । ସେପଟେ ପୋଲିସ କହିଛି ଯେ, ଘଟଣା ଘଟିବା ପରେ କୌଣସି ନା କୌଣସି ସ୍ଥାନରେ ଆମକୁ ସନ୍ଦେହ ହେଉଥିଲା । ମୃତଦେହ ପେଷ୍ଟାମର୍ଟମ ହେବାକୁ ଯିବା ପରେ ହିଁ ଆମେ ତଦନ୍ତ ଆରମ୍ଭ କରିଦେଇଥିଲୁ । ତେବେ ଯାହା ହେଉ ଶେଷରେ ପେଷା ଛେଳି ପାଇଁ ହିଁ ଧରାପଡିଗଲା ହତ୍ୟାକାରୀ ।