ଗୋଆ ଉପ-ବାଚସ୍ପତି : ଜୀବିତ ଥିବା ଯାଏଁ ଅଫିସରେ ରହି କାମ କରିବେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ।

ଗୋଆ ଉପ-ବାଚସ୍ପତି : ଜୀବିତ ଥିବା ଯାଏଁ ଅଫିସରେ ରହି କାମ କରିବେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ।

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଅସୁସ୍ଥତା ହେତୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାପାଇଁ କଂଗ୍ରେସ ଜୋରଦାର ଦାବି କରିଆସୁଛି। ନିକଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କୁ ସାକ୍ଷାତ କରିଥିଲେ। ତେବେ ଆଜି ଗୋଆ ଉପବାଚସ୍ପତି ତଥା ବିଜେପି ନେତା ମାଇକେଲ୍ ଲୋବ୍ କହିଛନ୍ତି ଯେ ବଞ୍ଚିଥିବା ଯାଏ ପାରିକର ଅଫିସରେ ରହିବେ। ଅସୁସ୍ଥତା ସତ୍ୱେ ପାରିକର ଯେତେଦିନ ପର‌୍ୟ୍ୟନ୍ତ ରାଜ୍ୟର ଶାସନ ଭାର ନେଇପାରିବେ ସେତେଦିନ ପର‌୍ୟ୍ୟନ୍ତ ଗୋଆରେ ବିଜେପି ନେତୃତାଧୀନ ସରକାର ରହିବ। ପାରିକର ଏକମାତ୍ର ବ୍ୟକ୍ତି ଯିଏ କି କେବେ ବିଶ୍ରାମ ନେବାକୁ ଚାହାନ୍ତି ନାହିଁ ବୋଲି ସେ କହିଛନ୍ତି। ତେଣୁ ବଞ୍ଚିଥିବା ଯାଏଁ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନାହିଁ ଏବଂ ଗୋଆ ବାସିନ୍ଦାଙ୍କ ପାଇଁ କାମ କରିବେ ବୋଲି ଉପବାଚସ୍ପତି ଲୋବ୍ ଆଜି ଏକ କାର‌୍ୟ୍ୟକ୍ରମରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି।

publive-image

ତେବେ ଆପଣଙ୍କୁ ଏଠାରେ କହିରଖୁଛୁ ଏହା ପୂର୍ବରୁ ମଧ୍ୟ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ନାକରେ ଟ୍ୟୁବ୍ ଲଗାଇ ନିଜ ଦାୟିତ୍ୱକୁ ସୂଚାରୁରୂପେ ପାଳନ କରି ଆସୁଛନ୍ତି ଏବଂ ପାରିକରଙ୍କ ଏଭଳି ଦକ୍ଷତାକୁ ଦେଖି ତାଙ୍କୁ ସବୁ ମହଲାରୁ ପ୍ରଶଂସା ମଧ୍ୟ କରାଯାଉଛି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe