କନକ ବ୍ୟୁରୋ : ଗୋଆ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କେତେବେଳେ ରାତି ଅଧରେ ଏମଜିପି ଛାଡି ବିଜେପିରେ ବିଧାୟକ ଯୋଗ ଦେଉଛନ୍ତି ତ କେତେବେଳେ ପୁଣି ରାତି ଅଧରେ ଚାଲିଯାଉଛି ଉପ-ମୁଖ୍ୟମନ୍ତ୍ରୀଙ୍କ ପଦ । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଗୋଆରେ ପୁଣି ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି। ରାତାରାତି ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (ଏମଜିପି )ର ଦୁଇ ବିଧାୟକ ବିଜେପିରେ ସାମିଲ ହୋଇଯାଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି ସୁଦିନ ଡାଭଲିକର। ମେଣ୍ଟଦଳର ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ମନୋହର ଅଜଗାଓଁକର ଏବଂ ଦୀପକ ପାଓସକର ଦଳରେ ସାମିଲ ହେବେ ବୋଲି ବିଜେପି ରାତି ୧.୪୫ ରେ ରାଜ୍ୟପାଳଙ୍କୁ ଚିଠି ଦେଇଥିବା ଜଣାପଡିଛି ଓ ବିଜେପିର ଏହି ରାତି ଅଧିଆ ଅପରେସନ ସଫଳ ହେବାପରେ ଏମଜିପି ରେ ଆଲୋଡ଼ନ ସୃଷ୍ଟି ହୋଇଛି।
/kanak/media/post_attachments/wp-content/uploads/2019/03/goa.jpg)