କନକ ବ୍ୟୁରୋ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସଙ୍ଗଠନର ଗୋଆ କାର୍ଯ୍ୟାଳୟରେ ରେଡ୍ କରିଛି ପୋଲିସ । ଏହା ମଧ୍ୟରେ ତାଙ୍କର ଜଣେ କର୍ମୀଙ୍କୁ ଗିରଫ କରିଛି ଏବଂ ତାଙ୍କ ଠାରୁ କିଛି ମାଦକ ପଦାର୍ଥ ମଧ୍ୟ ଜବତ କରିଛି । ଗୋଆରେ ଥିବା ତାଙ୍କର ଏକାଧିକ କାର୍ଯ୍ୟାଳୟରେ ରେଡ୍ ଚାଲିଥିବାବେଳେ ଏପରି ଘଟଣା ଘଟିଛି । ଗିରଫ ହୋଇଥିବା କର୍ମୀଙ୍କ ବିରୋଧରେ ପୋଲିସ ଏନଡିପିଏସ୍ ଅଧିନରେ ମାମଲା ଦାଏର ହୋଇଛି ।
କହିରଖୁଁ କି ଫେବ୍ରୁଆରୀ ୧୪ ତାରିଖରେ ହେବାକୁ ଯାଉଛି ଗୋଆ ବିଧାନସଭା ନିର୍ବାଚନ ।ଏଥିପାଇଁ ଟିଏମସିର ନିର୍ବାଚନୀ ରଣନୀତିଜ୍ଞ ଭାବେ ଜଣାଶୁଣା ପ୍ରଶାନ୍ତ କିଶୋର ଗୋଆରେ ରହି ସେଠାରେ ଦଳର କାମକୁ ସମ୍ଭାଳୁଛନ୍ତି । କିନ୍ତୁ କିଛି ଦିନ ପୂର୍ବରୁ ଟିଏମସି ଓ ପ୍ରଶାନ୍ତଙ୍କ ମଧ୍ୟରେ କିଛି ମତଭେଦକୁ ନେଇ ଖବର ଜୋର ଧରିଥିଲା । ତେବେ ଦଳୀୟ ମତଭେଦକୁ ନେଇ ପ୍ରଶାନ୍ତ କିଶୋରଙ୍କର କୌଣସି ଦଳ ସହ ସମ୍ପର୍କ ଖରାପ ହେବାରେ ଏହା ପ୍ରଥମ ଘଟଣା ନୁହେଁ ।
Follow Us